News
WhatsApp Image 2023-10-04 at 17.25.00
samparksetu

ଓପିଟିସିଏଲ ଭୟାବହ ଅଗ୍ନିକାଣ୍ଡ ; ୧୪ କୋଟି ଟଙ୍କାର କ୍ଷତି !

ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଠାରେ ଓଡିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେସନର ସବଷ୍ଟେସନରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ଆଠ ସମୟ ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

ଏଠାରେ ଥିବା ଏକ ୩୧୫ ଏମଭିଏ ଟ୍ରାନ୍ସଫର୍ମର ଇନସୁଲେଟର ବ୍ରଷ୍ଟ ହୋଇଥିଲା। ଇନସୁଲେଟରଟି ଫାଟି ଛିଟିକି ପଡ଼ିଥିଲା। ସେଥିରେ ଥିବା ତେଲ ଯୋଗୁଁ ନିଆଁ ଧରିଥିଲା। ଏହି ସମୟରେ ନିଆଁକୁ ଆୟତ୍ତ କରାଯାଇ ପାରିଥାନ୍ତା ହେଲେ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ବା ଅଗ୍ନି ନିର୍ବାପକ ନଥିବା ହେତୁ ଏହା ଭୟଙ୍କର ରୂପ ଧାରଣ କରିଥିଲା।

ନିଆଁ ଧିରେ ଧିରେ ଟ୍ରାନ୍ସଫର୍ମରକୁ ଧରିଥିଲା। ଟ୍ରାନ୍ସଫର୍ମରରେ ୧୨,୦୦୦ ଲିଟର ତେଲ ଥିଲା। ଏହି ତେଲରେ ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳରେ କଳାଧୂଆଁର ଆସ୍ତରଣ ଖେଳିଯାଇଥିଲା।

ଏହି ନିଆଁକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ହିନ୍ଦୋଳରୋଡ, ମେରା ମଣ୍ଡଳୀ, ଟାଟା ବିଏସଏଲ, ଜିଏମଆର, ଜିନ୍ଦଲ, ଅନୁଗୋଳ, ଓ ବଁରପାଳରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବାରମ୍ବାର ଏହି ଭଳି ଦୁର୍ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ୨୦୧୬-୧୭ ମସିହାରେ ଏହି ପରି ଅଗ୍ନିକାଣ୍ଡ ଘଟି ୧୪ କୋଟିରୁ ଅଧିକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିଲା।

ସେହି ଘଟଣାର ପୁନରାବୃତ୍ତି ହୋଇଛି ବୋଲି ଆଲୋଚନା ହେଉଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ବାରମ୍ବାର ଅବହେଳା ଯୋଗୁଁ କୋଟି କୋଟି ଟଙ୍କାର କ୍ଷତି ହେଉଥିବା ବେଳେ ବ୍ୟବସ୍ଥାରେ କୌଣସି ସୁଦ୍ଧାର ଆସି ନାହିଁ। ସୂଚନା ଥାଉ କି ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟରୁ ଏହି ଷ୍ଟ୍ରକ୍ଚରକୁ ବିଜୁଳି ଆସିବା ପରେ ବିଭିନ୍ନ କଳକାରଖାନାକୁ ବଣ୍ଟନ ହୋଇଥାଏ।

new life
You might also like
error: Content is protected !!