୧୩୨କେଭି ବିଦ୍ୟୁତ ତାର ଟାଣିବାକୁ ନେଇ ଚାଷୀ ଓ କଂପାନୀ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅର୍ନ୍ତଗତ ସୁରପ୍ରତାପପୁର ପଚାଂୟତର ଟିପିଲେଇ ମୈାଜାରେ ଥିବା ଚାଷ ଜମିରେ ଗାତ ଖୋଳିଦେବାରୁ ଚାଷ କାମ ବ୍ୟାଘାତ ଘଟିଛି ।
ଫଳରେ ଚାଷୀ ବିନୟ ବେହେରା ଫାଲଗୁନି ବେହେରାଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ଚାଷୀ ମଙ୍ଗଳବାର ବିରୋଧ କରିଥିଲେ । ଭୁବନ ତହସିଲଦାର ପ୍ରଭାସ ବେଉରିଆ ଘଟଣାସ୍ଥଳରେ ପୋଲିସ ସହ ପହଁଚିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।
କ୍ଷତିପୁରଣ ପ୍ରଦାନ କରାଯିବା ପରେ ଚାଷ ଜମିରେ ମେସିନ ପୁରାଇବାକୁ ଅନୁରୋଧ କରିଥିଲେ ।ବୁଧବାର ଏନେଇ ସମାଧାନ କରାଯିବାକୁ ଭୁବନ ତହସିଲକୁ ଚାଷୀ ମାନେ ଆସିଥରଲେ ବି କଂପାନୀ କର୍ତ୍ତୃପକ୍ଷଙ୍କର ଦେଖାନଥିଲା ।
ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ସମସ୍ତ ଚାଷୀ ତହସିଲଦାରଙ୍କୁ ଲିଖିତ ଦରଖାସ୍ତ ଦେଇ ଅସନ୍ତୋଷ ବ୍ୟକ୍ତ କରି ଚାଲିଯାଇଥିଲେ ।