News
WhatsApp Image 2023-10-04 at 17.25.00
samparksetu

କମଳେଶଙ୍କ ବଗିଚାରେ ହସୁଛି ବିରଳ ପାରିଜାତ !

ଢେଙ୍କାନାଳ ସହର ସ୍ଥିତ ଶ୍ରୀ ଅରବିନ୍ଦ ନଗରରେ ଥିବା କମଳେଶ
ତୁଙ୍ଗଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିଛି, ଯାହାକୁ ସ୍ୱର୍ଗର ପାରିଜାତ ଫୁଲ ବୋଲି କୁହାଯାଉଛି ।

କମଳେଶଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିବା ଦେଖି ଅଞ୍ଚଳବାସୀ ଖୁସି ଜାହିର କରିବା ସହିତ ପାରିଜାତ ଫୁଲ ଫୁଟିବା ଶୁଭଙ୍କର ଲକ୍ଷଣ ବୋଲି କହିଛନ୍ତି । କମଳେଶ ୨୦୨୦ ମସିହାରେ ଏକ ପାରିଜାତ ଫୁଲ ଚାରା ଆଣି ବଗିଚାରେ ଲଗାଇଥିଲେ ।

ତେବେ ଆଜି ସକାଳୁ ଏକ ପାରିଜାତ ଫୁଲ ଫୁଟିଥିବାର ଦେଖିବାକୁ ପାଇଥିଲେ । ଦୀର୍ଘ ଏକ ବର୍ଷ ପରେ ଏହି ପାରିଜାତ ଫୁଲ ଫୁଟିଥିବାରୁ ସିଏ ବହୁତ ଖୁସି ଥୁବାର କହିଛନ୍ତି । ଅନ୍ୟପଟେ ନିଜସ୍ୱ ଉଦ୍ୟମରେ ସିଏ ଏକ ନର୍ସରୀ କରିଛନ୍ତି ପାରିଜାତ ଭଳି ରୁଦ୍ରାକ୍ଷ , ବିଭିନ୍ନ ରଙ୍ଗର ଜଳଜ ଉଦ୍ଭିଦ, କ୍ରୋଟନ ଏବଂ ବୋନସାୟୀ ଗଛ ଲଗାଇଛନ୍ତି । ତେବେ ପିଲାଟି ଦିନରୁ କମଳେଶ ଗଛ ପ୍ରେମୀ ହୋଇଥିବାରୁ ତାଙ୍କର ଏହି ଭଲପାଇବା ଆଜି ଏହି ପ୍ରୟାସରେ ତାଙ୍କୁ ଠିଆ କରିଛି ବୋଲି ସିଏ କହିଛନ୍ତି ।

ବର୍ତ୍ତମାନ କରୋନା ମହାମାରୀ ସମୟରେ ଏଭଳି ବିରଳ ପାରିଜାତ ଫୁଲ ଫୁଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

new life
You might also like
error: Content is protected !!