News
WhatsApp Image 2023-10-04 at 17.25.00
samparksetu

ନିମ୍ନ ମାନର କାର୍ଯ୍ୟ ହେତୁ ଅସରାଏ ବର୍ଷାରେ ଯାତାୟତ ଠପ୍ ; ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମ ନିକଟସ୍ଥ ଡମଶାଳ ନଦୀ ସଲଗ୍ନ ବିଜୁ ସେତୁ ଅନେକ ଦିନ ଧରି ନିର୍ମାଣ ହୋଇସାରିଥିଲେ ସୁଧା ସେତୁ କୁ ସଂଯୋଗ କରାଯିବାର କୌଣସି ସୁବିଧା ସୁଯୋଗ ହୋଇପାରି ନାହଁ।

ସୂଚନାଯୋଗ୍ୟ କି , ପଳାସପିଠିଆ ଠାରୁ ମଠକରୋଗୋଲା ଭାୟା ସୁରପ୍ରତାପପୁର ଓ ଯମୁନାକୋଟ୍ ରାସ୍ତାର ୯. ୯୧୨ କି. ମି ଉନ୍ନତି କରଣ ପାଇଁ କାର୍ଯ୍ୟ ଆରମ୍ଭ ୨୧୵୦୨୵୨୦୧୮ ମସିହାରେ ୪,୧୨,୧୪୭୦୪ ଟଙ୍କାରେ କାର୍ଯ୍ୟଶେଷ ପାଇଁ ୨୧୵୧୧୵୨୦୧୮ ରେ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇପାରିନାହିଁ I

ଉକ୍ତ ଠିକା ସଂସ୍ଥା ପୁନର୍ବାର ବିଗତ ଦୁଇ ମାସ ହୋଇଯିବ ପୋଲର ପାର୍ଶ୍ଵବର୍ତ୍ତୀ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମୋରମ ବଦଳରେ କେଲୁଅ ପକେଇ ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ସଂଲଗ୍ନ ବିକଳ୍ପ ରାସ୍ତା ନକରି କେଲୁଅ ପଡିଥିବାରୁ କାଳ ବୈଶାଖୀରେ ଅସରାଏ ବର୍ଷା ରେ ଯାତାୟତ ଠପ୍ ହୋଇଯାଇଛି ।

ଉକ୍ତ ଗ୍ରାମର ଏହି ରାସ୍ତା ପଳାସପିଠିଆ କୁ ଯାତାୟତର ଜୀବନ ରେଖା ପାଲଟିଥିବା ବେଳେ ଖାଲି ମନିଷ ଯିବା ଆସିବା ସମ୍ଭବପର ହେଉନଥିବା ବେଳେ ଗାଡି ମୋଟର ଯାତାୟତ କଥା ନକହିବା ଭଲ Iଏହି ମହାମାରୀ ସମୟରେ ଠିକା ସଂସ୍ଥାର ଏହିଭଲି କାର୍ଯ୍ୟକୁ ଗ୍ରାମବାସୀ ମନରେ ଅସନ୍ତୋଷ ପ୍ରକାଶ ପାଇଛି I

ଖୁବ୍ ଶୀଘ୍ର ପୋଲର କାଯ୍ୟ ସମ୍ପୂର୍ଣ୍ଣ ନହଲେ ଆଗକୁ ବର୍ଷା ଦିନ ଆସୁଥିବାରୁ ଯାତାୟାତ ରେ ବାଧା ପ୍ରାପ୍ତ ହେବ ବୋଲି ବୋଲି ଅଞ୍ଚଳ ବାସୀ ଆଶା ପ୍ରକଟ କରିଛନ୍ତି I ଏହି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଦୃଷ୍ଟି ଗୋଚର କୁ ଆଣିଥିଲେ ମଧ୍ଯ କୌଣସି ପଦେକ୍ଷପ ନେଉନଥିବା ରୁ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ହେବାର ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି I

new life
You might also like
error: Content is protected !!