ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ହୋଇଥିବାର ଜଣାପଡିଛି । ସଦର ବ୍ଲକରୁ ୧ଜଣ ଜିଲ୍ଲା ପରିଷଦ,୫ଜଣ ସମିତି ସଭ୍ୟ,୯ ଜଣ ସରପଞ୍ଚ ଏବଂ ୩୯ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୫୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହପରି ଓଡାପଡା ବ୍ଲକରୁ ୮ଜଣ ସମିତି ସଭ୍ୟ,୧୭ ଜଣ ସରପଞ୍ଚ ଏବଂ ୧୦୫ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୧୩୦ଜଣ ,ଗଁଦିଆ ବ୍ଲକରୁ ୫ଜଣ ସମିତି ସଭ୍ୟ,୧୦ ଜଣ ସରପଞ୍ଚ ଏବଂ ୫୦ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୬୫ ଜଣ ,ହିନ୍ଦୋଳ ବ୍ଲକରୁ ୫ଜଣ ସମିତି ସଭ୍ୟ,୪ଜଣ ସରପଞ୍ଚ ଏବଂ ୧୪୧ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୧୫୦ ଜଣ ,କାମାକ୍ଷାନଗର ବ୍ଲକରୁ ୨ଜଣ ସମିତି ସଭ୍ୟ,୯ ଜଣ ସରପ ଏବଂ ୩୪ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୪୫ ଜଣ ,ଭୁବନ ବ୍ଲକରୁ ୩ଜଣ ସମିତି ସଭ୍ୟ,୩ ଜଣ ସରପ ଏବଂ ୨୪ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୩୦ ଜଣ ,ପରଜଙ୍ଗ ବ୍ଲକରୁ ୧ଜଣ ସମିତି ସଭ୍ୟ,୪ ଜଣ ସରପଞ୍ଚଏବଂ ୨୨ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୭ ଜଣ ,କଙ୍କଡାହାଡ ବ୍ଲକରୁ ୩ଜଣ ସମିତି ସଭ୍ୟ,୯ ଜଣ ସରପଞ୍ଚ ଏବଂ ୧୩ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୫ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ମୋଟ ୪୨୮ ଜଣ ୱାର୍ଡମେମ୍ବର,୬୫ ଜଣ ସରପଞ୍ଚ ,୩୨ଜଣ ସମିତି ସଭ୍ୟ ଏବଂ ଜଣେ ଜିଲ୍ଳାପରିଷଦ ସଭ୍ୟ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।