News
WhatsApp Image 2023-10-04 at 17.25.00
samparksetu

କେନାଲ ରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତି ଙ୍କ ମୃତଦେହ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟୀ ନିକଟରେ ଥିବା କେନାଲରେ ବୃଦ୍ଧ ଦମ୍ପତି ବୁଡ଼ି ମୃତ । ମୃତକ ହେଲେ ପଞ୍ଚୁବଟୀ ଗାଁର ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ଦୁଃଶାସନ ସାହୁ ଓ ପତ୍ନୀ ପଦ୍ମାବତୀ ସାହୁ ।

ଗତକାଲି ସକାଳୁ ମୃତ ଦମ୍ପତି ଘରୁ ନିଖୋଜ ଥିଲେ ।ଗତକାଲି ରାତିରେ ସ୍ୱାମୀଙ୍କ ମୃତଦେହ ମିଳିଥିବା ବେଳେ ,ଆଜି ସକାଳୁ ଗୁଣ୍ଡିଚାପଡ଼ା ନିକଟରେ ଥିବା ଏକ କେନାଲରୁ ଅଗ୍ନିଶମ ବିଭାଗ ଦ୍ୱାରା ପତ୍ନୀ ପଦ୍ମାବତୀ ଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ , ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି ।

new life
You might also like
error: Content is protected !!