News
WhatsApp Image 2023-10-04 at 17.25.00
samparksetu

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ଼ ,ଚିନ୍ତାରେ ୧୦ଗୋଟି ପଞ୍ଚାୟତ

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା , ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ଆପ୍ରୋଚ ରୋଡ଼ଟି ବର୍ଷା ଜଳରେ ରବିବାର ଧୋଇଯିବା ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପଣ୍ଡୁଆ-ଭାଲୁମୁଣ୍ଡା ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକ ରହିଛି । ଫଳରେ କାମାକ୍ଷାନଗର ଓ ପରଜଙ୍ଗ ବ୍ଲକର ଆଖପାଖ ୧୦ ଗୋଟି ପଞ୍ଚାୟତର ଲୋକମାନେ ପ୍ରଭାବିତ ହୋଇଛନ୍ତି । ବତାସିଂହ ଗାଁ ଜୋର ଉପରେ ନିର୍ମାଣ ହେଉଥିବା ବ୍ରିଜର ମନ୍ଥର କାର୍ଯ୍ୟ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପଣ୍ଡୁଆ- ଭାଲୁମୁଣ୍ଡା ଭାୟା ସାଆନ୍ଦାକୁ ସଂଲଗ୍ନ କରୁଥିବା ଏହି ପୂର୍ତ୍ତ ବିଭାଗ ରାସ୍ତଟିରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ବତାସିଂହ ଗାଁ ଜୋରରେ ପ୍ରାୟ ୫ଫୁଟ ଉଚ୍ଚର ପାଣି ଚଳାଚଳ ଯୋଗୁଁ ଆପ୍ରୋଚ ରୋଡ଼ଟି ଧୋଇ ହୋଇଯାଇଛି ।

new life
You might also like
error: Content is protected !!