ସରକାର ଦେଉଥିବା ଗରିବ ଆଦିବାସୀ ଲୋକଙ୍କୁ ସମସ୍ତ ପ୍ରକାରର ଯୋଜନାରୁ ବାଦ ପଡିଯାଇଛନ୍ତି ଏହି ବୃଦ୍ଧ ଦମ୍ପତି। ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା,କଙ୍କଡ଼ାହାଡ଼ ବ୍ଲକ, ମକୁଆକାଟେଣି ପଞ୍ଚାୟତ ଅଧିନରେ ଥିବା ରଗଡାସାହି ର ପାଣ୍ଡୁରାମ ସିଙ୍କୁ ଙ୍କ କଥା। ସରକାରଙ୍କ ତରଫରୁ ୧୯୯୬ ମସିହାରେ ଏକ ଆବାସ ଗୃହ ଗୋଟିଏ ପାଇଥିଲେ,କିନ୍ତୁ ସେହି ଗୃହ କୁ କିଛି ଠିକାଦାର ନିମ୍ନ ମାନର କାର୍ଯ୍ୟ କରିଥିଲେ। ଗୃହ ବନେଇବାର ୫ ବର୍ଷ ପରେ ସେହି ଗୃହ ପାଲଟିଛି ମରଣଯନ୍ତା। ସେହି ଗୃହ ରେ ଭୟଭୀତ ହୋଇ ରହୁନାହାନ୍ତି ପାଣ୍ଡୁରାମ,ଘରର ଡାହାଣ ପାଖରେ ଏକ ଜରି ପାଲ ପକାଇ ରହିବା ଖାଇବା କରନ୍ତି ସେହି ବୃଦ୍ଧା ଦମ୍ପତି।
ସାହାରା କହିଲେ କେହି ନାହିଁ , ଚଳିବାକୁ ହେଲେ ଏହି ବୃଦ୍ଧା ବୟସରେ ଜାଲ ବୁଣି ନିଜେ ଚଳନ୍ତି,ଏବଂ ଖାଇବାକୁ ହେଲେ ଦିନେ ଖାଇଲେ ଦିନେ ଉପାସ ରହିବାକୁ ପଡିଥାଏ। ବୟସର ଅନ୍ତିମ ସମୟରେ ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା ରହିବାକୁ ଆବାସ ଗୃହ ଖଣ୍ଡିଏ, ମିଳୁଛି କହିଲେ କେବଳ ରାସନ କାର୍ଡ ରେ ଚାଉଳ ୫କିଲୋ। ବର୍ଷା ଅସରାଏ ଆସିଲେ ପାଖରେ ଥିବା ସ୍କୁଲ ଗୃହ ହେଉଛି ବୃଦ୍ଧା ଦମ୍ପତି ଙ୍କ ପାଇଁ ଆଶ୍ରୟସ୍ଥଳୀ। ତେବେ ତାଙ୍କ କହିବା ମୁତାବକ ଆଜକୁ ୨୦ ବର୍ଷ ହେଇଗଲା ତାଙ୍କର ରହିବାର ସାହାରା ପାଲଟିଛି ବିଦ୍ୟାଳୟ ଗୃହ।
ତେବେ ବିଦ୍ୟାଳୟରେ ୨୦ବର୍ଷ ରହିଆସୁଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନ ଅଧିକାରୀ ଙ୍କ ନଜରକୁ ଆସିଲାନି କାହିଁ କି ,ଏହା ଏକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୃଦ୍ଧା ଦମ୍ପତିଙ୍କ ର ରହିବାକୁ ନା ଅଛି ଆବାସ ଗୃହ ନା ଅଛି ଚଳିବାକୁ ବାର୍ଦ୍ଧକ୍ୟ ଭତ୍ତା,ସ୍ଵାମୀ ସ୍ତ୍ରୀ ଦୁହେଁ ଆବାସ ଗୃହ ଏବଂ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ।କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ , ଏହି ଅଞ୍ଚଳ ରେ ରହୁଥିବା ଗରିବ ଆଦିବାସୀ ମାନଙ୍କ ସମସ୍ୟାକୁ ଗଣମାଧ୍ୟମ ର ପ୍ରତିନିଧି ଲୋକ ଲୋଚନକୁ ଆଣିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବ୍ଲକ ପ୍ରଶାସନ ଅଧିକାରୀ। ତେବେ ଦେଖିବାକୁ ବାକି ରହିଲା କେବେ ପାଣ୍ଡୁରାମ ସିଙ୍କୁ ଙ୍କ ପାଇଁ ପ୍ରଶାସନ ଅଧିକାରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଏବଂ ଅନ୍ତଦୟ ରେ ଅନ୍ତର୍ଭୁକ୍ତ କରୁଛନ୍ତି ।