News
WhatsApp Image 2023-10-04 at 17.25.00
samparksetu

ନଳିତାଙ୍କ ପାଇଁ ଆବାସ ଯୋଜନା ସାତ ସପନ ,ଭଙ୍ଗା କୁଡ଼ିଆ ରେ ବିତୁଛି ଜୀବନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ନାଏକ ସାହିର ନଳିତା ନାଏକ ,ଦିନେ ଖାଇଲେ ଦିନେ ଓପାସ । ନଡା ଛପର ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଏ ।ବର୍ଷା ଦିନ କଥା ନକହିବା ଭଲ ,ଅସରାଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପୁଣି, ତା ଉପରେ ଦୁଇ ଝିଅ ଙ୍କ ବୋଝ ।

ବଡ ଝିଅ ଅଞ୍ଜଳି ନାଏକ ଜଣେ ବାତ ରୋଗୀ ଓ ସାନଝିଅ ଟିକି ନାଏକ ଜଣେ ମାନସିକ ବିକୃତି ରୋଗୀ , ନଳିତା ନାଏକ ଙ୍କ ପାଖରେ ସରକାରୀ ଯୋଜନା ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଦିନ ମଜୁରିଆ ଭାବରେ କାମ କରି ଯାହା ରୋଜଗାର କରନ୍ତି ତାହା ଦୁଇଓଳି ଦୁଇମୁଠା ଖାଇବାକୁ ନିଅଣ୍ଟ ।

ଝିଅ ମାନଙ୍କୁ ଚିକିତ୍ସା କରାଇବେ କେମିତି , କେତେ ଜେ ନେତା ମନ୍ତ୍ରୀ ଆସନ୍ତି ଏ ଗାଁ କୁ, କିନ୍ତୁ ଏମାନଙ୍କ ଦୁଃଖ କାହାକୁ ଦେଖା ଯାଏ ନାହିଁ l ଗାଁ ର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ନଳିତା ଙ୍କ ଦୁଃଖ ବୁଝି ନାହାନ୍ତି । କିନ୍ତୁ ନିର୍ବାଚନ ସମୟ ଆସିଲେ କେତେ ଜେ ପ୍ରତିଶୃତି ଦିଅନ୍ତି ତାର ହିସାବ ନାହିଁ l ନଳିତା ଙ୍କୁ ଆବାସ ଯୋଜନା ଓ ଅନ୍ତୋଦୟ ଯୋଜନା ରେ ସାମିଲ କରାଗଲେ ତାଙ୍କ ଦୁଃଖ କିଛିଟା କମ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ହେଉଛି l

new life
You might also like
error: Content is protected !!