News
WhatsApp Image 2023-10-04 at 17.25.00
samparksetu

ସରକାରୀ ସହାୟତା ରୁ ବଞ୍ଚିତ ସୁନାଦି

କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ଗ୍ରାମପଞ୍ଚାୟତର ଅନ୍ଧାରି ଗ୍ରାମର ସୁନାଦି ପ୍ରଧାନ ଙ୍କ ଘର ଖଣ୍ଡିଏ ନାହିଁ । ଓଳିଏ ଖାଇଲେ ଓଳିଏ ଉପବାସ । ବୟସର ଅପରାହ୍ନ ରେ ମୂଲ ନଲାଗିଲେ ପେଟରେ ଦାନା ପସେନାହିଁ । ତିନି ଝିଅଙ୍କ ବିବାହ ପରେ ସ୍ଵାମୀ ଙ୍କ ଚାରି ବର୍ଷ ହେବ ଜୀବନ ଦୀପ ଲିଭି ଗଲାଣି । ଏବେ ଘରେ ଏକା ଏକା ଶେଷ ଜୀବନ ବିତୁଛି ସୁନାଦି ଙ୍କର । ତିନି ଝିଅ ବି ମାଆ କୁ ଡୁଙ୍ଗି ଦେଖୁନାହାନ୍ତି ।

ପାଞ୍ଚ କେଜି ଚାଉଳ ଛାଡ଼ି ଦେଲେ ଅନ୍ୟ ସରକାରୀ ସହାୟତା ଯୋଜନାରୁ ସମ୍ପୂର୍ଣ୍ଣ ବାଦ୍ ପଡିଛନ୍ତି । ସ୍ବାମୀଙ୍କର ଚାରି ବର୍ଷ ହେଲା ବିୟୋଗ ପରେ ମଧ୍ୟ ବିଧବା ଭତ୍ତା ଖଣ୍ଡେ ପାଇ ପାରୁ ନାହାନ୍ତି ପ୍ରଶାସନିକ ଅଧିକାରୀ ମାନେ । ତାଙ୍କୁ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ ଓ ବିଧବା ଭତ୍ତା ସହ ଅନ୍ତୋଦୟ ଯୋଜନା ରେ ସାମିଲ କରିବାକୁ ପ୍ରଶାସନ କୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

new life
You might also like
error: Content is protected !!