ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ଗୁଡି ସାହିରେ ସାମାନ୍ୟ ବଚସାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ । ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁରର ମୃତ୍ୟୁ ହୋଇଛି । ମୃତ ଶ୍ବଶୁର ଜଣଙ୍କ ହେଲେ ପଙ୍ଗାତିରା ଗ୍ରାମ ଗୋଡ଼ି ସାହିର ପର୍ଶୁରାମ ବାରିକି (୬୦) । ସୂଚନା ମୁତାବକ ପର୍ଶୁରାମ ଙ୍କ ସାନ ଝିଅ ସୁଲୋଚନା ସେହି ସାହିର ରମଣ ବେହେରା(୩୫)ଙ୍କ ସହ ପ୍ରେମ ସମ୍ପର୍କ କାରଣ ରୁ ଦଶବର୍ଷ ପୂର୍ବେ ବୈଦିକ ରିତିନୀତିରେ ବିବାହ କରିଥିଲେ ।
ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୱାଇଁ ରମଣ ବେହରା ତାଙ୍କ ଝିଅକୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ |ଯାହାକୁ ନେଇ ପର୍ଶୁରାମ ଓ ତାଙ୍କ ସ୍ତ୍ରୀ ବୁଝାସୁଝା ପାଇଁ ଜ୍ୱାଇଁ ଘରକୁ ଯାଇଥିଲେ । ତେବେ ଜ୍ୱାଇଁ ରମଣ ବେହେରା ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରିବା ସହ ହଠାତ୍ କ୍ଷୁବ୍ଧ ହୋଇ ଅତର୍କିତ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଯାହା ଫଳରେ ପର୍ଶୁରାମଙ୍କ ବେକ ଓ ଜଙ୍ଘରେ ଗଭୀର ଆଘାତ ହୋଇଥିଲା ।
ତେବେ ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ,ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ |ଏ ସଂକ୍ରାନ୍ତରେ ପରଜଙ୍ଗ ଥାନାରେ ମୃତ ପର୍ଶୁରାମଙ୍କ ପତ୍ନୀ ଦୁଲା ବାରିକି ଲିଖିତ ଅଭିଯୋଗ କରିଛନ୍ତି ଜ୍ବାଇଁ ସବୁବେଳେ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଯୌତୁକ ଦାବି କରୁଥିଲା ।ମୃତ ପର୍ଶୁରାମ ବାରିକିଙ୍କ ଶବ ବ୍ୟବଛେଦ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଗତକାଲି ବିଳମ୍ବିତ ରାତିରେ ହତ୍ୟାକାରୀ ଜ୍ୱାଇଁ ରମଣ ବେହେରା ଘଟଣା ସ୍ଥଳରୁ ଫେରାର ହେଇ ଯାଇଥିବା ବେଳେ ମହାବିରୋଡ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ଙ୍କ ନେତୃତ୍ୱରେ ମହାବିରୋଡ଼ ଫାଣ୍ଡି ଓ ପରଜଙ୍ଗ ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ଅପରାହ୍ନ ୨ ଟା ବେଳେ ହତ୍ୟାକାରୀ ଜ୍ବାଇଁ ରମଣ କୁ ମହାବିରୋଡ଼ ଫାଣ୍ଡି ଅଧିକାରୀ ଙ୍କ ନେତୃତ୍ୱରେ ଜଙ୍ଗଲ ରୁ ଖୋଜି ପାଇ ଫାଣ୍ଡି ରେ ଅଟକ ରଖି ପଚରାଉଚରା କରାଯାଉଛି ।ଏ ସମ୍ପର୍କରେ ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ଯୋଗଯୋଗ କରିବାରୁ ସେ କହିଛନ୍ତି ତଦନ୍ତ ଜାରିଅଛି ।