News
WhatsApp Image 2023-10-04 at 17.25.00
samparksetu

ବଜେଟ ୨୦୨୧-୨୨ ଜାଣନ୍ତୁ କାହାକୁ ମିଳିଲା କଣ ? ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା?

ସଂସଦରେ ଆଗତ ହେଲା ସାଧାରଣ ବଜେଟ ।  ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତି ନେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସସୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଚାଷୀଙ୍କ ପାଇଁ ବଜେଟ

ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ଚାଷୀଙ୍କ ହିତ ପାଇଁ ସରକାର କାମ କରୁଛନ୍ତି । ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରୟାସ । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ । ଚାଷୀଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯିବ । ଚାଷୀଙ୍କ ଆୟକୁ ଦୁଇଗଣ କରିବାକୁ ଲକ୍ଷ୍ୟ । ଏଫୱାଇ-୨୧ ଗହମ ପାଇଁ ୭୫,୦୬୦କୋଟି । ଏଫୱାଇ-୨୦ ପାଇଁ ୬୨,୮୦୨ କୋଟି ।ଏଫୱାଇ-୨୧ ଧାନ କିଣିବା ପାଇଁ ୧,୭୨ ୭୫୨ କୋଟି ।୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କର ଆୟ ଦ୍ୱିଗୁଣିତ ହେବ । ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ।

ବିନିବେଶ ପାଇଁ ଥିବା ଆଇନରେ ସଂଶୋଧନ କରାଯିବ । ଆସନ୍ତାବର୍ଷ ଠାରୁ ପିଏସୟୁରେ ବିନିବେଶ କରାଯିବ । ଏଲଆଇସିର ଆଇପିଓକୁ ବଜାରକୁ ଅଣାଯିବ ।

ଉଜ୍ଜ୍ୱଳା ଯୋଜନା

ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ । ଏବେ ସୁଦ୍ଧା ୮ କୋଟି ହିତାଧିକାରୀ ଯୋଜନାରେ ସାମିଲ ହୋଇଛନ୍ତି । ଜମ୍ମୁ-କାଶ୍ମୀରରେ ପାଇପଲାଇନ ଯୋଜନା ଆରମ୍ଭ କରାଯିବ ।

ବୀମା ପାଇଁ ବଜେଟ

ବୀମା ପାଇଁ ସରକାରଙ୍କ ବଡ ଘୋଷଣା । ବୀମା କ୍ଷେତ୍ରରେ ଏଫଡିଆଇ ୭୪ ପ୍ରତିଶତ ରହିବ । ବୀମା କମ୍ପାନି ଉପରେ ଭାରତୀୟଙ୍କର ରହିବ ନିୟନ୍ତ୍ରଣ ।

ବିଦ୍ୟୁତ ବିଭାଗ

ବିଦ୍ୟୁତ ବିଭାଗ ପାଇଁ ବଡ ଘୋଷଣା । ସରକାରଙ୍କ ତରଫରୁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ସ୍କିମ ଆରମ୍ଭ କରାଯିବ । ଯାହା ବିଦ୍ୟୁତ୍ ବିଭାଗର ଭିତ୍ତିଭୂମିକୁ ସଜାଡିବ । ବିଦ୍ୟୁତ ବିଭାଗର ପ୍ରୋଜେକ୍ଟକୁ ପିପିପି ମୋଡରେ କାର୍ଯ୍ୟ କରାଯିବ । ହାଇଡ୍ରୋଜେନ ପ୍ଲାଣ୍ଟ ନିର୍ମାଣ କରିବାକୁ ଘୋଷଣା । ଗ୍ରାହକ ବିଦ୍ୟୁତ କମ୍ପାନି ନିଜେ ବାଛିବେ ।

ରେଳ ବଜେଟ

ରେଳବାଇ ପାଇଁ ୧.୧୦,୦୫୫ ଲକ୍ଷ କୋଟି । ସିଟି ବସ ପାଇଁ ୧୮ ହଜାର କୋଟି । ବିଦ୍ୟୁତ ଚାଳିତ ଟ୍ରେନ ୭୨% ବଢିବ ।ଦେଶରେ ୨ ପ୍ରକାର ମେଟ୍ରୋ ସେବା ଆରମ୍ଭ ହେବ । ମେଟ୍ରୋ ଲାଇଟ ଓ ମେଟ୍ରେ ନିୟୋ ସେବା ଆରମ୍ଭ ।୨୦୩୦ ପର୍ଯ୍ୟନ୍ତ ରେଳବାଇ ପାଇଁ ଯୋଜନା ପ୍ରସ୍ତୁତ ।ରେଲୱେରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ।

ପରିବହନ ପାଇଁ ବଜେଟ

ପରିବହନ ମନ୍ତ୍ରାଳୟ ପାଇଁ ୧.୧୮ ଲକ୍ଷ କୋଟିର ଘୋଷଣା ।ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ପାଇଁ ବଡ ଘୋଷଣା । ବଙ୍ଗଳାରେ ନୂଆ ରାସ୍ତା ପାଇଁ ୨୫ ହଜାର କୋଟି । ଆସନ୍ତା ବର୍ଷ ୮୫୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲକ୍ଷ୍ୟ ।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ ଘୋଷଣା

ପୁରୁଣା ଗାଡି ପାଇଁ ଆସିବ ସ୍କ୍ରାପ ପଲିସି । ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରାଯିବ । ୪୨ଟି ସହରରେ ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା । ସ୍ୱଚ୍ଛ ବାୟୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ।

ସ୍ୱାସ୍ଥ୍ୟ ବଜେଟ

ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା । ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭% ଅଧିକ । ୧୭ଟି ନୂଆ ପବ୍ଲିକ ହେଲଥ ସେଣ୍ଟର କରାଯିବ । ୬୦୨ଟି ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ କରାଯିବ ।

କୋଭିଡ ଭ୍ୟାକସିନ

କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ।

ମିଶନ ପୋଷଣ

ମିଶନ ପୋଷଣ :୨.୦ଆରମ୍ଭ । ୬ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବ । ୬୪,୧୮୦ କୋଟି ନିବେଶ କରାଯିବ ।୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ  ।

ଆତ୍ମନିର୍ଭର ଭାରତ ପ୍ୟାକେଜ

ଆତ୍ମନିର୍ଭର ଭାରତ ପ୍ୟାକେଜ ୪୦ କୋଟି ଗରିବ ମହିଳାଙ୍କୁ ସହାୟତା କରାଯାଇଛି । ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଦ୍ୱାରା ଦେଶର ସ୍ଥିତିରେ ସୁଧାର ଆସିବ । ନୂଆ ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି ।

ଆତ୍ମନିର୍ଭର ଭାରତ ପ୍ୟାକେଜରେ ଦେଶର ସ୍ଥିତିରେ ସୁଧାର ଆସିବ । ଆତ୍ମନିର୍ଭର ଭାରତ ୨୭.୧ ଲକ୍ଷ କୋଟିର । ଜିଡ଼ିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ । ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟସାମଗ୍ରୀ ଦିଆଯାଇଛି ।

new life
You might also like
error: Content is protected !!