News
WhatsApp Image 2023-10-04 at 17.25.00
samparksetu

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଙ୍କ ଧାରଣା

ପ୍ରସ୍ତାବିତ ନୂତନ ରାଜସ୍ବ ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ସାମିଲକୁ ନେଇ ବିରୋଧ କରି ଗ୍ରାମବାସୀଙ୍କ ତହସିଲ ଅଫିସ ସମ୍ମୁଖରେ ଗଣଧାରଣାରେ ବସିଥିଲେ ।

ପରଜଙ୍ଗ ବ୍ଲକ କଲଦା ଗ୍ରାମରୁ ଶୁଣ୍ଢିତଇଲା ଗ୍ରାମ ଅଲଗା ହୋଇ ନୂଆ ରାଜସ୍ବ ଗ୍ରାମ ମାନ୍ୟତା ପାଇଛି। କିନ୍ତୁ ସରକାରଙ୍କ ତରଫରୁ ନୂତନ ରାଜସ୍ବ ଗ୍ରାମର ନକ୍ସାରେ କଲଦା ଗ୍ରାମ୍ୟ ଜଙ୍ଗଲ ରୁ କିଛି ଅଂଶ ଶୁଣ୍ଢିତଇଲା ଗ୍ରାମରେ ମିଶିଯିଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ତେଣୁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ଜିଲ୍ଲାପାଳ ଓ ଆରଡିସି ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। କିନ୍ତୁ କେହି ଶୁଣିନଥିଲେ। ତେଣୁ ବାଧ୍ୟ ହୋଇ ଆଜି କଲଦା ଗ୍ରାମର ଶତାଧିକ ପୁରୁଷ ମହିଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଯେପର୍ଯ୍ୟନ୍ତ ସେମାନଙ୍କୁ ପୂର୍ଣ୍ଣ ପ୍ରତିଶୃତି ନମିଳିଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ ଗ୍ରାମବାସୀ।

ଖବରପାଇ ପରଜଙ୍ଗ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା ଚଳାଇଥିଲେ। କିନ୍ତୁ ସେମାନେ ଜିଦରେ ଅଟଳ ହୋଇ ବସିଥିଲେ। ତହସିଲଦାର ସିରିୟାଲ ଶୁଭ୍ର ପଟେଲ ୭ ଦିନ ମଧ୍ୟରେ ଏହାର କଣ ସମାଧାନ ହୋଇପାରିବ ଉଚ୍ଚ କତୃପକ୍ଷ ଙ୍କ ସହ ଆଲୋଚନା କରି ଜଣାଇବେ ବୋଲି ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ରେ ଆନ୍ଦୋଳନ ରୁ ଓହରି ଥିଲେ ।

new life
You might also like
error: Content is protected !!