News
WhatsApp Image 2023-10-04 at 17.25.00
samparksetu

ଗ୍ରାମ୍ୟ ରାସ୍ତାକୁ ତାଡିବା ପରେ ସ୍ଥାୟୀ ରାସ୍ତା ର ଦାବି ନେଇ ଗଁଦିଆ ତହସିଲ ସମ୍ମୁଖରେ ଧାରଣାରେ ବସିଲେ ପର୍ବତକଣୀ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଓ ଗଁଦିଆ ତହସିଲ ଅନ୍ତର୍ଗତ ଦିଗାମ୍ବର ପୁର ଗ୍ରାମ ପଞ୍ଚାୟତ ର ଗହମଖଳା ଠାରୁ ପର୍ବତକଣୀ ଗ୍ରାମକୁ ଦୀର୍ଘ ଦିନରୁ ସଂଯୋଗ କରୁଥିବା ରାସ୍ତାକୁ କିଛି ଖଳ ପ୍ରକୃତିର ଲୋକ ରାଜନୈତିକ ଆକ୍ରୋସରେ ସେହି ରାସ୍ତାଟିକୁ ମେସିନ ଦ୍ବାରା ତାଡ଼ି ଦେଇଥିଲେ।

ତାଡିଦେବା ଫଳରେ ପିଲାମାନଙ୍କର ପାଠପଢାରେ ଓ ସେହି ଗ୍ରାମକୁ କୈାଣସି ଆମ୍ବୁଲାନ୍ସ ମଧ୍ୟ ନ ଜାଇପାରିବା ଫଳରେ ରୋଗିଟିଏ ମେଡିକାଲ ଜିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏ ସମ୍ପର୍କରେ ଗ୍ରାମଵାସୀ ବାରମ୍ବାର ପ୍ରଶାସନକୁ ଅବଗତ କରିବା ସହ ଗଣମାଧ୍ୟମରେ ପ୍ରକାଶ ପାଇଥିଲା

ପ୍ରଶାସନ ନଶୁଣିଵାରୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀମାନେ ପାଞ୍ଚ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ଆଜି ଧାରଣାରେ ବସିଥିଲେ। ଖବର ପାଇ ଗଁଦିଆ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ,ସମସ୍ୟା କୁ ସାତ ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

new life
You might also like
error: Content is protected !!