News
WhatsApp Image 2023-10-04 at 17.25.00
samparksetu

ପରିଚୟ

ଲୋଚାକୋଚା ବିଛଣାରେ ମୋତେ ଆଉ ତୁମେ ଖୋଜନା
ହୁଏତ ମୁଁ ମିଳିପାରେ ଗାଁ ମଶାଣି ର ବିକ୍ଷିପ୍ତ ପାଉଁଶ ତଳେ
ଅପଲକ ନୟନରେ ମୋତେ ଆଉ ତୁମେ ଚାହଁନା
ଆଖିର ଏ ବାଗୁଡି ଖେଳରେ ହୁଏତ ମୁଁ ହାରିଯାଇପାରେ ॥ 

ତୁମ ବାହୁଯୁଗଳରେ ମୋତେ ଆଉ ଆବଦ୍ଧ କରନା 
ହୁଏତ ମୁଁ ଭଲପାଏ ଆବୋରିନେବାକୁ
ଏ ମାଟି ପାଣି ପବନ ଆଉ ଅସୀମ ଆକାଶକୁ
ମୁକ୍ତ ପକ୍ଷୀ ଟିଏ ପରି ॥

ମୋତେ ମୋ ପରିଚୟ ଆଉ ପଚାରନା 
ତୁମେ ଯାହା ଭାବୁଛ ମୁଁ ହୁଏତ ତାହା ନୁହେଁ 
ଆଦୌ ନୁହେଁ
ମୋ ଅବସ୍ଥିତି କାଳ ଠାରୁ ବହୁଦୂର ରେ
ପ୍ରେମ ଯେଉଁଠି ନିରୁଦ୍ଦିଷ୍ଟ
ଭାବନା ଯେଉଁଠି ନିଷେଧ
ସେଇ ଅଜଣା ରାଇଜେ ॥ 

✍️କିରଣ କୁମାର ମହାନ୍ତି

new life
You might also like
error: Content is protected !!