News
WhatsApp Image 2023-10-04 at 17.25.00
samparksetu

କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ କୁଣ୍ଢେଇ ଖୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଖେଳ ପଡ଼ିଆରେ କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।

ଫାଇନାଲ ମ୍ୟାଚ ଆୟୋଜକ କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟିମ୍ ଓ କୁଆଳୋ ଅଷ୍ଟଶମ୍ଭୁ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ୧୫ ଓଭର ବିଶିଷ୍ଟ କରାଯାଇଥିବା ବେଳେ ଏଥିରେ ଆୟୋଜକ ଟିମ ପ୍ରଥମେ ବ୍ୟାଟିଂ କରି ୧୧,୪ ଓଭରରେ ୬୩ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ କୁଆଳୋ ଟିମ ୧୨,୪ ଓଭରରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହେବା ସହ ଚାମ୍ପିଅନ ହୋଇଥିଲେ ।

ଉତ୍ସବରେ ମୁଖ୍ୟ ଅତିଥି ପ୍ରାକ୍ତନ ରାଜ୍ୟସଭା ସଦସ୍ୟ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ଅନିଲ କୁମାର ଭୁତିଆ ,ଲଳିତ ମୋହନ ବେହେରା , ଯୁବ ନେତା ଅଜିତ କୁମାର ସାହୁ , ଉକ୍ତ ଗ୍ରାମର ଗ୍ରାମ ସଭାପତି ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସଂଜିତ୍ ବେହେରା ଓ ବବୁଲ ବେହେରା ଖେଳ ପରିଚାଳନା କରିଥିଲେ । କୁଆଳୋ ଟିମକୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିବା ବେଳେ ଆୟୋଜକ ଟିମକୁ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଥିଲା ।

new life
You might also like
error: Content is protected !!