News
WhatsApp Image 2023-10-04 at 17.25.00
samparksetu

କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ,ନିମ୍ନମାନର କାମରେ ଦୁଇ ଦିନ ରେ ଉଠିଲା ପିଚୁ !

ନିମ୍ନମାନର କାର୍ଯ୍ୟ ଉପରେ ଅଭିଯୋଗ ଆଣିଲେ ପରହଂସପୁର ଗ୍ରାମବାସୀ l ଗ୍ରମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ୨୩ ନମ୍ବର ଜାତୀୟ ରାଜପଥ ଠାରୁ ପରହଂସପୁର ଦେଇ କୁଆଳୋ ଗ୍ରାମ କୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମରମତି ରାସ୍ତା ନିର୍ମାଣ କାର୍ଯ୍ୟରେ ।

ଦୁଇଦିନ ତଳେ ଆରମ୍ଭ କାର୍ଯ୍ୟ କୁ କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ଠିକାଦାର ମନଇଚ୍ଛା ରାସ୍ତାରୁ ଧୂଳି ସଫା ନକରି ପିଚୁ ପକାଇ ରୋଲିଂ କରୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହା ଆଜି ସେହି ନିମ୍ନମାନର କାର୍ଯ୍ୟ ଯୋଗୁଁ ସମ୍ପୂର୍ଣ୍ଣ ପିଚୁ ଉଠିଯାଉଛି । କନିଷ୍ଠ ଯନ୍ତ୍ରୀ ପୁରୁଷୋତ୍ତମ ଗଡ଼ନାୟକ କହିଛନ୍ତି କି ଆମେ ଠିକାଦାରଙ୍କୁ ମନା କରିଥିଲୁ ନିର୍ବାଚନ କାର୍ଯ୍ୟରେ ଆମେ ରହିଛୁ ନିର୍ବାଚନ ସରିଗଲେ କାର୍ଯ୍ୟ ଆରମ୍ଭ କରାଯିବ ।

ଏନେଇ ନିମ୍ନମାନର କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀ ଗଡ଼ନାୟକ । ଠିକାଦାର କହିଛନ୍ତି କି ବିଭାଗୀୟ ଯନ୍ତ୍ରୀ ଓ ଗ୍ରାମ କମିଟି ଙ୍କ ଉପସ୍ଥିତିରେ କାର୍ଯ୍ୟ ହୋଇଛି । ନିମ୍ନ ମାନର କାର୍ଯ୍ୟ କୁ ଯାଞ୍ଚ୍ ପରେ ପୁନର୍ବାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ହୃଦାନନ୍ଦ ପଣ୍ଡା (କାମାକ୍ଷାନଗର) କହିଛନ୍ତି । ପୁନର୍ବାର କାର୍ଯ୍ୟ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ସଠିକ୍ ଭାବରେ କାର୍ଯ୍ୟ ନକରାଯାଏ ତାହେଲେ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!