ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ମୁକ୍ତାପଶି-ବସୋଇ ରାସ୍ତା ର ରାହାବେରେଣୀ ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଛି।
ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ତେବେ ଖୁବ୍ଶୀଘ୍ର ଖୁଣ୍ଟକୁ ବଦଳାଇ ଦିଆଯିବ ବୋଲି ବିଦ୍ୟୁତ୍ ବିଭାଗ ଅଧିକାରୀ କହିଛନ୍ତି।