News
WhatsApp Image 2023-10-04 at 17.25.00
samparksetu

ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ଟ୍ରକ୍ ରୁ ଲୁଟିଲେ ଲୁଟେରା !

ଗତକାଲି ବିଲମ୍ବିତ ରାତ୍ରିରେ ଲୁହପଥର  ବୋଝେଇ ଏକ ଟ୍ରକ ଭୂଷଣ- ଟାଟା ଅଭିମୁଖେ ଯାଉଥିବା ବେଳେ   ପରଜଙ୍ଗ ସ୍ଥିତ ଜଟିଆ ନଦୀ ବ୍ରିଜ଼ ନିକଟରୁ  କିଛି ହାଇୱେ  ଲୁଟେରା ଡ୍ରାଇଭର  ଅଶୋକ କୁମାର ମଣ୍ଡଳ ଓ ହେଲ୍ପର ସିଫନ ଖାଁ ଙ୍କୁ ବନ୍ଧୁକ ମୁନ ଦେଖାଇ ତାଙ୍କୁ  ବାନ୍ଧି ପକେଇ ଉକ୍ତ ଟ୍ରକ୍ ଟିକୁ ପରଜଙ୍ଗ ଥାନା ସ୍ଥିତ କନ୍ଦରସିଂହା ଗାଁ   ନିକଟ କେନାଲ କୁଳ ର ଏକ ଜଙ୍ଗଲ କୁ ନେଇ ଆସି ସେଥିରୁ ୧୦୦ ଲିଟର ତେଲ ୩ ହଜ଼ାର ଟଙ୍କା, ଗାଡି ବାଟେରୀ ଓ ଏକ  ମୋବାଇଲ ଫୋନ ଛଡେଇ ନେଇ ଥିଲେ।

ଟ୍ରକ୍ ଟି ତାର ନିର୍ଦ୍ଧାରିତ ରାସ୍ତା ରୁ ଅନ୍ୟ ଆଡେ ଯିବା କଥା ମାଲିକ ପାର୍ଥ ସାରଥୀ ସାମଲ ଜାଣିପାରି ପରଜଙ୍ଗ ଥାନା ଅଧିକାରୀ ଙ୍କୁ ରାତି ପ୍ରାୟ ୩ ଟା ରେ ଜଣାଇବାରୁ । ଭୋରୁ ୫ ରେ ଜିପିଏସ ଦ୍ଵାରା ପରଜଙ୍ଗ ପୋଲିସ ଗାଡ଼ିଟି ଧରିବାରେ ସକ୍ଷମ ହୋଇଛି । ଗାଡି ମାଲିକ ଙ୍କ ଏତଲା କ୍ରମେ ତଦନ୍ତ କରାଯାଉଛି। ଖୁବ୍ ଶୀଘ୍ର ଲୁଟେରା ଙ୍କୁ ଗିରଫ କରିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!