News
WhatsApp Image 2023-10-04 at 17.25.00
samparksetu

ବାକି ଟଙ୍କା ନଦେବାରୁ ଯୁବକଙ୍କୁ ହତ୍ୟା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗୁପଚୁପ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରାରେ ହତ୍ୟା କଲା ଗୁପଚୁପ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହି ଗାଁର ବିଭୂତି ସାହୁ । ଅଭିଯୁକ୍ତ ଗୁପଚୁପ ବେପାରୀ ସେହି ଗାଁର ଜଗବନ୍ଧୁ ସାହୁ । ଜଗବନ୍ଧୁ ପ୍ରତିଦିନ ସଂନ୍ଧ୍ୟା ସମୟରେ ନିଜ ସାଇକେଲ ଯୋଗେ ଗାଁରେ ଗୁପ ଚୁପ ବେପାର କରେ ।

ତେବେ ଆଜି ରାତି ପ୍ରାୟ ୯ ଟା ସମୟରେ ଗୁପଚୁପ ବିକ୍ରି କରି ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇ ଗୁପଚୁପ ଦେବାକୁ କହିଥିଲେ । ତେବେ ତୁମର ପୁରୁଣା ବାକି ଅଛି ତେଣୁ ପୂର୍ବ ପଇସା ନଦେଲେ ମୁଁ ଗୁପଚୁପ ଦେବିନାହିଁ ବୋଲି ଜଗବନ୍ଧୁ କହିଥିଲେ । ଯାହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ରକ୍ତପାତର ରୂପ ନେଇଥିଲା । ଗୁପଚୁପ ବେପାରୀ ଜଗବନ୍ଧୁର ଛୁରା ମାଡରେ ବିଭୂତିର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ପରେ ନିଜ ଗୁପଚୁପ ବୋଝେଇ ସାଇକେଲ ଛାଡି ଜଗବନ୍ଧୁ ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ କରି ଜଗବନ୍ଧୁ କୁ ଗିରଫ କରିଛି ।

new life
You might also like
error: Content is protected !!