News
WhatsApp Image 2023-10-04 at 17.25.00
samparksetu

ତାତିଲେ ଚାଷୀ ; ଧାନ ବସ୍ତା ରଖି ଅବରୋଧ କଲେ ଜାତୀୟ ରାଜପଥ !

ବାଉଁଶପାଳ ଛକ ଠାରେ-ଧାନ ରଖି NH ୫୫ ଅବରୋଧ କଲେ ଶତାଧିକ ଚାଷୀ । ଧାନ ମଣ୍ଡିରୁ ଧାନ ନଉଠିବା ସହିତ ଟୋକନ ମିଳିଥିବା ସତ୍ତ୍ବେ କଟିଯିବା କାରଣରୁ ରାସ୍ତା ଅବରୋଧ କରାଯାଇଛି।

ସୂଚନା ଅନୁସାରେ କାଦୂଆ ଧାନ ମଣ୍ଡିରେ କାଦୂଆ,ସମାଟାଙ୍ଗି,ବାଉଁଶପାଳ ,ବାଙ୍ଗୁର ଗ୍ରାମର ଚାଷୀ ସେମାନଙ୍କର ଧାନକୁ ବିକ୍ରିକରିବା ପାଇିଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଚାଷୀ ମାନଙ୍କର ଧାନ ଉଠିପାରିନାହିଁ।ଟୋକନ ମିଳିଥିଲେ ମଧ୍ୟ ପରବର୍ତ୍ତି ସମୟରେ କିଛି ଚାଷୀଙ୍କର ଟୋକନ କଟିଯାଇଛି ।

ଯାହା ଫଳରେ ଚାଷୀଙ୍କ ଧାନ ଏବେ ମଣ୍ଡିରେ ପଡିରହିଛି।ଆଗକୁ ବର୍ଷା ଆସୁଥିବାରୁ ଧାନ ଗଜା ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି।

ଏନେଇ ଚାଷୀ ମାନେ ଗତ ୨୯ ତାରିଖରେ ଯୋଗାଣ ବିଭାଗର ଅଧିକାରିଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି ସମାଧାନ ହୋଇପାରିଲା ନାହିଁ।ଯାହା ଫଳରେ ଆଜି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ , ଘଟଣା ସ୍ଥଳରେ ପ୍ରଶାସନ ପହଁଚି ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହତିଥିଲା ।

new life
You might also like
error: Content is protected !!