News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ ଖୁଣ୍ଟିରେ ବାଡେଇ ହୋଇ ବାଇକ୍ ଚାଳକ ଗୁରୁତର !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଶମ୍ଭୁମଠ ନିକଟରେ ଆଜି ସଂନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ଗଡ଼ପଳାଶୁଣି ଗ୍ରାମର ଦୁଷ୍ମନ୍ତ ନାଏକ ବୋଲି ସୂଚନା ।

ସୂଚନା ଅନୁଯାୟୀ ଆଜି ବ୍ୟକ୍ତି ଜଣଙ୍କ ବାଇକ୍ ଯୋଗେ ଗଡପଳାଶୁଣୀ ରୁ ପରଜଙ୍ଗ ଯାଉଥିବା ବେଳେ ଗୋଳାଗାଡ଼ିଆ ଶମ୍ଭୁମଠ ନିକଟରେ ବାଇକ୍ ଟି ବିଦ୍ୟୁତ ଖୁଣ୍ଟିରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଚାଳକ ଜଣଙ୍କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!