News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ ନଂ ଜାତୀୟ ରାଜପଥ ଶୋଚନୀୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଏଥି ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ମରାମତି ହେଉନଥିବାରୁ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଯାନବାହାନ ଚଳାଚଳ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ବର୍ତ୍ତମାନ କୁନାଲ ନାମକ କମ୍ପାନୀ ଅଧୀନରେ ଉକ୍ତ ରାଜପଥର ହାଟିଲୁଚାଣୀ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖ ଦେଇ ନୂତନ ଭାବେ ୪ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କରିବା ପାଇଁ ବଜାର ମଧ୍ୟରେ ଦୈନଦିନ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ ଓ ଅନ୍ୟ ସମସ୍ତ ଗାଡ଼ି ଗୁଡ଼ିକ ଠାରୁ ଅଧିକ ମାତ୍ରାରେ କମ୍ପାନୀ ଗାଡ଼ି ଚଳପ୍ରଚଳ କରିଥାଏ , ଯାହା ଦ୍ଵାରା ରାସ୍ତାଟି ସମ୍ପୂର୍ଣ ଖାଲଖମାରେ ପରିପୂର୍ଣ ହୋଇ ପଡ଼ି ରହିଛି ।

ବଜାର ଦେଇ ଯାଇଥିବା ରାସ୍ତାରୁ ପେଟ୍ରୋଲ ପମ୍ପ ନିକଟରେ ବାଇପାସ୍ କରାଯାଇ ଥିବାରୁ , ବର୍ତ୍ତମାନ ସେହି ନୂତନ ରାଜପଥ ଦେଇ ଭାରିଯାନ ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଯିବାଆସିବା କରିବା ଆରମ୍ଭ କରିଦେଲେଣି ,କିନ୍ତୁ ବଜାର ମଧ୍ୟରେ ଯାତ୍ରୀବାହୀ ବସ୍ ସମେତ ୧୦୮,ଦମକଳ ବାହିନୀ ଗାଡ଼ି ଓ ପରଜଙ୍ଗରରେ ଥିବା ସମସ୍ତ ସରକାରୀ ,ବେସରକାରୀ ଅନୁଷ୍ଠାନର ଗାଡ଼ି ଯାତାୟାତ କରୁଥିବା ବେଳେ ଅନେକ ସମସ୍ୟା ମଧ୍ୟରେ ଯିବାଆସିବା କରିଥାନ୍ତି ।

ଅସରାଏ ବର୍ଷା ହେଲେ ଛୋଟ ଯାନର ଚାଳକ ମାନେ ପାଣିକାଦୁଆରେ ଅସ୍ତବ୍ୟସ୍ତ ହୋଇ ଯିବାଆସିବା କରିବା ସହ ଜନସାଧାରଣ ବିଭିନ୍ନ କାର୍ଯ୍ୟାଳୟକୁ ଆସିବାରେ ଅନେକ ଅସୁବିଧା ଭୋଗିବାକୁ ପଡୁଛି ।ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକ ମାନେ ଗାଡ଼ି ଯିବା ସମୟରେ ଧୂଳିରେ ଗାଧୋଇ ଥାନ୍ତି ।ବାଇପାସ୍ ରାସ୍ତାରେ ଗାଡ଼ି ଯିବା ଆସିବା କରିବା ଦିନ ଠାରୁ ଏହି ରାସ୍ତା ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଏପରି ଅବସ୍ଥା ଭୋଗୁଛନ୍ତି ଜନସାଧାରଣ ,ଦୃଷ୍ଟି ଆଢ଼ୁଆଳରେ ସମସ୍ତଙ୍କ ନଜରରେ ରହିଥିବା ଶୋଚନୀୟ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଛନ୍ତି ।

new life
You might also like
error: Content is protected !!