News
WhatsApp Image 2023-10-04 at 17.25.00
samparksetu

ଗଛରେ ପିଟିହେଲା ଅଟୋ ; ୩ ଆହତ , ଜଣେ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କିଳି ଗ୍ରାମରେ ଦୁର୍ଘଟଣା । ଅଟୋ ଓଲଟି ,୩ ଆହତ ଜଣେ ଗୁରୁତ୍ତର ହୋଇଛନ୍ତି ।
ସୂଚନା ଅନୁଯାୟୀ ଗୋଟିଏ ଅଟୋ ରେ କିଛି ଯାତ୍ରୀ ସାନ୍ଦ। ବନ୍ଧୁଘର ଯାଇ ନିଜ ଘର କଙ୍କିଳି ଫେରୁଥିବା ସମୟରେ ଅଟୋଟି ଏକ ଗଛରେ ପିଟି ହୋଇଥିଲା ।

ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ବେଳେ ଗୁରୁତ୍ତର ଜଣଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।

ଗୁରୁତ୍ତର ଜଣଙ୍କ ସନ୍ୟାସୀ ସାହୁ (୨୨) ବୋଲି ସୂଚନା ମିଳିଛି । ତେବେ ଏକ ଜଙ୍ଗଲୀ ବାରହା ସହ ଅଟୋର ଧକ୍କା ହେବା ଫଳରେ ଅଟୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବାର ସୂଚନା ।

new life
You might also like
error: Content is protected !!