News
WhatsApp Image 2023-10-04 at 17.25.00
samparksetu

ପାଟରପଦା ଗାଁ ରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ ; ଅଧାରେ ବନ୍ଦ ହେଲା ଜନଶୁଣାଣି

ଆଧୁନିକ ଯୁଗରେ ଲୋକମାନେ ଯେଉଁ ଜୀବନଶୈଳୀ ନିର୍ବାହ କରୁଛନ୍ତି, ତାହା ଦ୍ବାରା କୁଢ଼ କୁଢ଼ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ପରିସ୍ଥିତି ଏପରି ହେଲାଣି ସୁଦ୍ଧ ଜଳ ବା ବାୟୁ ଟିକିଏ ପାଇବାକୁ ସଂଘର୍ଷ କରିବାକୁ ପଡୁଛି। ସହର ବଜାର ପରିସ୍ଥିତି ତ ଅତି ଗମ୍ଭୀର!

ତେବେ ଏହି ସବୁ ବର୍ଜ୍ୟବସ୍ତୁର ସୁପରିଚାଳନା ବା ପୁନଃ ବିନିଯୋଗ କରିବାକୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନିକଟରେ ଏକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଆଜି ଏହି ଶିଳ୍ପ ସ୍ଥାପନ କରିବା ପାଇଁ ଜନଶୁଣାଣୀ ଶିବିର ହେବାର ସ୍ଥିର ହୋଇଥିଲା।

ତେବ ଆଖପାଖ ପଞ୍ଚାୟତର ହଜାର ହଜାର ଲୋକ ଜନଶୁଣାଣିକୁ ତୀବ୍ର ବିରୋଧ କରିବା ଯୋଗୁଁ ଜନଶୁଣାଣି ହୋଇ ନପାରି ସ୍ଥଗିତ ରହିଛି। ଏହି ଶିଳ୍ପ ସ୍ଥାପନ ହେଲେ ଏ ଅଞ୍ଚଳର ବହୁତ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁଙ୍କ ଉପରେ ସିଧାସଳଖ ପ୍ରଭାବ ରହିବ, ଭୂତଳ ଜଳ ଦୂଷିତ ହେବ ଓ ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ ହେବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।

ବିରୋଧ ପରେ ପ୍ରଶାସନ ଯଦି ବଳ ପ୍ରୟୋଗ କରେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି। ଏ ଅଞ୍ଚଳ ହାତୀମାନଙ୍କ ଚରାଭୁଇଁ ହୋଇଥିବା ବେଳେ ଜଙ୍ଗଲ ନଷ୍ଟ କରି ଶିଳ୍ପ ସ୍ଥାପନ ହେଲେ ହାତୀମାନଙ୍କ ଦ୍ବାରା ଲୋକ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଶିବିରରେ ଏଡିଏମ୍, ଉପଆରକ୍ଷୀ ଅଧ୍ଯକ୍ଷକ, ପରଜଙ୍ଗ ତହସିଲଦାର ଉପସ୍ଥିତ ଥିଲେ। ଏ ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ଏଡିଏମ୍ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!