ଅଙ୍କ କଳଙ୍କ ଧୂର୍ତ୍ତ ମତି
ଅଙ୍କନ ଅଙ୍କ ମିଥ୍ୟା ରତି
ପ୍ରତି ଆଶଙ୍କା ପତି ଅଙ୍କ
ପ୍ରଣୟ ପ୍ରଗତି ଆତଙ୍କ
ଚଞ୍ଚକ ଚଞ୍ଚୂ ଘାତ
ସଞ୍ଚିତ ଅଶ୍ରୁପାତ
ପ୍ରପଞ୍ଚ ପଞ୍ଚଜନ୍ୟ ଶଙ୍ଖ ।
ବୃଥା ଦହନ ଘୃତଦାହ
ମୃତ୍ୟୁ ଯନ୍ତ୍ରଣା ମନ୍ତ୍ରବାହ
ବୃତ୍ତ ବୃତ୍ତାନ୍ତ ଭ୍ରାନ୍ତ ପଥ
ସତ୍ତ୍ବ ସାତ୍ତ୍ୱିକ ଶୂନ୍ୟ ରଥ
ସତ୍ଯ ଶ୍ରୀକାନ୍ତ ଶୁକ୍ତି
ମର୍ତ୍ତ୍ଯ ମୃତାନ୍ତ ଚୁକ୍ତି
ଅମର୍ତ୍ତ୍ୟ ଆମନ୍ତ୍ରିତ ବ୍ରତ ।
ଶକ୍ଯ ଶୂକର ଘୃଣ୍ଯ ନୀତି
ଲକ୍ଷ ଶକୁନ୍ତ ସର୍ପ ରୀତି
ସୁପ୍ତ ନିର୍ବୋଧ ବୃଦ୍ଧ ସୂତ
ଗୁପ୍ତ ନିଧନ ବଧ ସର୍ତ୍ତ
ପୁତ ପ୍ରବାସ ଯୋଗ
ଦ୍ଯୁତ ବିଷାଦ ଭୋଗ
ପତି ପ୍ରତୀପ ମୃତ୍ୟୁ ଗର୍ତ୍ତ ।
✍️ ପ୍ରସନ୍ନ ମଣ୍ଡଳ