News
WhatsApp Image 2023-10-04 at 17.25.00
samparksetu

ପିଡିଏସ ଚାଉଲ ହଡପ ଅଭିଯୋଗ ,ଭିଜିଲାନସ କୋର୍ଟରେ ବାଟଗାଁ ପୂର୍ବତନ ସମ୍ପାଦକଙ୍କୁ ୬ ବର୍ଷ ୬ ମାସ କାରାଦଣ୍ଡ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ ବାଟଗାଁ ପଞ୍ଚାୟତ ପୂର୍ବତନ ସମ୍ପାଦକଙ୍କୁ ୨୦୦୬ ମସିହାରେ ପିଡିଏସ
ଚାଉଳ ହେରଫେର ନେଇ ଢେଙ୍କାନାଳ ଭିଜିଲାନ୍ସ ସ୍ପେସାଲ ଜଜ୍ ୬ ବର୍ଷ ୬ମାସ କାରାଦଣ୍ଡରେ ଦଣ୍ଡିତକରିଥିବାର ଜଣାପଡଛି ।

ବାଟଗାଁ ପଞ୍ଚାୟତର ପୂର୍ବତନ ସମ୍ପାଦକ ଅନ୍ତର୍ଯ୍ୟାମୀ ବରାଳଙ୍କ ନାମରେ ସାଧାରଣ ବ ନ ଯୋଜନାରେ ଆସିଥିବା
ଚାଉଳକୁ ନେଇ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଏବଂ କଟକ ଭିଜିଲାନ୍ସ ବିଭାଗରେ ୨୩/୨୦୦୬ରେ ଏକ ମାମଲା ରୁଜ୍ଜୁ
କରାଯିବା ସହିତ ତାଙ୍କ ନାକରେ ୟୂଏସ୭ଇସି୧୩(୧)(ସି)(ଡି) ଦୁର୍ନିତୀ ନିବାରଣ ଆଇନ ୧୯୮୮/୪୦୯/୪୭୭ରେ
ଏକ ମାମଲା କରାଯାଇଥିଲା ।

ଏହି ମାମଲାର ବିଚାର କରି ଢେଙ୍କାନାଳଭିଜିଲାନ୍ସ ସ୍ପେସାଲ ଜଜ୍ ଅନ୍ତର୍ଯ୍ୟାମୀ ବରାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଇପିସିର ୪୦୯ ଅନୁସାରେ ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ,୫ ହଜାର ଟଙ୍କା ଜରିମାନା ଅନାଦେୟ ୩ ମାସ ଅଧିକ କାରାଦଣ୍ଡ,ଆଇପିସି ଧାରା ୪୭୭-ଏ ଅନୁସାରେ ୨ବର୍ଷ କାରାଦଣ୍ଡ ସହିତ ୫ ହଜରା ଜମିମାନା ଅନାଦେୟ ୩ ମାସ ଅଧିକ କାରାଦଣ୍ଡ,ୟୁଏସ ୧୩(୨)ଆରଡବ୍ଲ୍ୟ ଦୁର୍ନିତୀ ନିବାରଣ ଆଇନ ୧୯୮୮ ଅନୁାସରେ ପୁନଶ୍ଚ ୧ ବର୍ଷ କାରାଦଣ୍ଡ ସହିତ ୩ ହଜାର ଟଙ୍କା ଜରିମାନା ଅନାଦେୟ ୨ ମାସ ଅଧିକ କାରାଦଣ୍ଡ,ଧାରା ୧୩(୨) ଆରଡବ୍ଲ୍ୟ ୧୩(୧)(ଡି) ଅନୁସାରେ ଦଣ୍ଡତି ହୋଇଥିବା ବେଳେ ୟୁଏସ୭ଇସି ଧାରା ଅନୁସାରେ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର ଜଣାପଡିଛି ।

ଶ୍ରୀ ବରାଳଙ୍କୁ ମୋଟ ୬ ବର୍ଷ ୬ ମାସକାରାଦଣ୍ଡରେ ଦଣ୍ଡିତ କରାଯାଇଥିବାର ଜଣାପଡିଛି । ଏହି ମାମଲାକୁ କଟକ ଡିଭିଜନ ପୂର୍ବତନ ଭିଜିଲାନ୍ସ ଇନିସପେକ୍ଟର ବିଭୁତି ଭୂଷଣ ରାଉତ ଏବଂଢେଙ୍କାନାଳ ଭିଜିଲାନ୍ସର ପିପି
କେସି ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ ।

new life
You might also like
error: Content is protected !!