News
WhatsApp Image 2023-10-04 at 17.25.00
samparksetu

ବସନ୍ତ ପଞ୍ଚମୀ

ମାଘ ମାସ ଶୁକ୍ଳ ପକ୍ଷ ଶ୍ରୀପଞ୍ଚମୀ ତିଥି
ପୀଠେ ଉଭା ଜଗଦ୍ଧାତ୍ରୀ ଦେବୀ ସରସ୍ବତୀ l

ମହାମାୟା ମହାଭଦ୍ରା ସ୍ୱରମ୍ଭିକା ବାଣୀ
ମହାଶ୍ୱେତା କାଦମ୍ବରୀ ତ୍ରିଗୁଣା ହଂସିନୀ l

ବିଦ୍ୟାରୂପା ସନାତନୀ ପ୍ରଜ୍ଞା ଇରା କାନ୍ତା
ସୌଦାମିନୀ ସୁବାସିନୀ ସୌମ୍ୟା ଚିତ୍ରାଙ୍ଗଦା l

ମହାବିଦ୍ୟା କାମରୂପା ଶିଵାନୁଜା ମେଧା
ନିରଞ୍ଜନା ନିହାରିକା ମଞ୍ଜୁଶ୍ରୀ ଶୁଭଦା l

ନୀଳଭୁଜା କଳାଧାରା ଶ୍ରୀବିଦ୍ୟା ଶ୍ରୀପଦା
ବାଣୀଶ୍ରୀ ଵେଦଶ୍ରୀ କାବ୍ୟା ଜ୍ଞାନଦା ସାରଦା l

ଋଷିକୂଲ୍ୟା ମହାବଳା ସାବିତ୍ରୀ ସୁରସା
ବାଗଦେବୀ ତ୍ରୀକାଳଜ୍ଞା ମାଳିନୀ ଅନିଷା l

ଜ୍ଞାନମୁଦ୍ରା ମହାଶ୍ରୟା ପଦ୍ମାକ୍ଷୀ ବ୍ରାହ୍ମଣୀ
ଵିନିଦ୍ରା ଭାରତୀ ଭାମା ବ୍ରାହ୍ମୀ ବୀଣାପାଣି l

ଜ୍ଞାନେଶ୍ୱରୀ ବରପ୍ରଦା ବସୁଧା ବିମଳା
ସୁଭଦ୍ରା ଚନ୍ଦ୍ରିକା ରିଚା ବିଶ୍ୱା ମହାଫଳା l

କର ଯୋଡି କରେ ସ୍ତୁତି ହେ ଚନ୍ଦ୍ରବଦନା
ଘେନ ମୋର ପୁଷ୍ପାଞ୍ଜଳି ମା ଗୋ ଶ୍ଵେତାନନା l

new life
You might also like
error: Content is protected !!