ଦିଗହରା ଆଜି ନାବିକ
ବର୍ଷା ବାତ୍ୟା ପବନର
ସମାହାର
ଜୁଆର ଖାଉଛି କୁଳ
ଢେଉବି ଅମାନିଆ
ଅଦ୍ଧାରର ତାଛଲ୍ୟ
ଯାତ୍ରୀ ଶହ ଶହ
କେମିତି ବୁଝାଇବ
ସମସ୍ତଙ୍କ ମୁଖମଣ୍ଡଳ
ଜଣେ ଜଣେ ପରାଜିତ
ସୈନିକ
ଭଉଁରି ଖେଳୁଛି ଭାଗ୍ୟର
ଖେଳ
ଦୁଇ ତିନ ଘଣ୍ଟା ଜୀବନ
ମୁତ୍ୟୁର ଫାସରେ
ହେ ପ୍ରଭୃ ରକ୍ଷାକର
ତ୍ରାହି ତ୍ରାହି ଡାକ
ଇଶ୍ବର,ସେ ଅଟନ୍ତି
ପ୍ରାଣକର୍ତା,ସୃଷ୍ଟିର
ଜନକ
ସେହିଁ ରକ୍ଷାକର୍ତା
ପବନର ବେଗ,ଲହଡିର
ଢେଉ
ମିଳାଇ ଗଲା ସେଇ
ଅନ୍ଧାରରେ……
ନାବିକର ନୟନର ଅଶ୍ରୁ
ପୋଛୁପୋଛୁ
କହିଦିଏ ଧନ୍ୟ ତୁମେ
ପ୍ରଭୁ……….