News
WhatsApp Image 2023-10-04 at 17.25.00
samparksetu

ବନ୍ଧୁମିଳନ ବି.ବି. ହାଇସ୍କୁଲ ୨୦୦୩ ବ୍ୟାଚ୍

କିଛି ଭୁଲି ଯାଇଥିବା ଚେହେରା ତଳେ ଆସ
ଖୋଜିବା ଆମର ସେ ଅଭୁଲା ସମୟକୁ

ପିଲାଦିନର ରାଗ ରୁଷା
ସେ ଦିନର ଅଭୁଲା ଭଲପାଇବା
କିଛି ଲୋଡ଼ା ଆଉ କିଛି ଅଲୋଡ଼ା ଅନ୍ତରଙ୍ଗ ଆଳାପ

ଆସ ମନେ ପକେଇବା ଆମ ଶ୍ରେଣୀ ଗୃହର
ହଜିଲା ବାସନା କୁ

ସାର୍ ମାନଙ୍କ ତାଗିଦ୍ କୁ
ସାଙ୍ଗ ହେଇ ଆଣ୍ଠେଇବାର ଅଭୁଲା କଷ୍ଟକୁ ଆଉ ରୋମାଞ୍ଚକୁ

ବୋଳି ହେଇଯିବା ଆମ ଅତିତ ସ୍କୁଲ ଅଗଣାର ମାଟିକୁ
ସାଇକେଲ ଷ୍ଟାଣ୍ଡର ଶୃଙ୍ଖଳତାକୁ
ଆଉ ପ୍ରାର୍ଥନାର ମଧୁରତାକୁ

ଆସ ଆଉଥରେ ଚିରା ଚିରି ହବା ସ୍କୁଲ ସାର୍ଟ
ବାଣ୍ଟି ଖାଇବା ଟିଫିନ୍
ପଛ ଧାଡ଼ିରେ ଖେଳିବା ଛକ ଶୁନ

ଆସ ଆଉଥରେ ଛୁଆ ହେବା
ସ୍କୁଲ ଯିବା
ସାଙ୍ଗ ହେବା . . .

new life
You might also like
error: Content is protected !!