News
WhatsApp Image 2023-10-04 at 17.25.00
samparksetu

ମୋ ଆଖି ଲୁହରେ

ମୋ ଆଖି ଲୁହରେ ତୋ ପାଦ ଧୋଉଛି
ପଣତେ ଦେଉଛି ପୋଛି
ଭୁଲ୍ ବୁଝିବୁନି ମୋ କଳା ଠାକୁର
ଧରିବୁନି ଦୋଷ କିଛି ।
ତୋ ପାଇଁ ଆଜି ଦୁନିଆ ଦେଖୁଛି
ଚାଲୁଛି ମୁଁ ରେ ବାଟ
କେତେବେଳେ ଝଡ ତୋଫାନରେ
ଭରା କଣ୍ଟା ହୁଏ ଚଲାପଥ ।
ସେ ଚଲାପଥରେ ମୁଁ ରେ ଚାଲୁଛି
ଲହୁ ଲୁ‌ହରେ ମୁଁ ଭିଜିରେ ସାରିଛି
ତଥୀପି ତୋତେ ଖୋଜୁଛି ।
ତୋତେରେ ମୁଁ ଡାକୁଛି ।

ଝୁଣ୍ଟି ମୁଁ ପଡ଼ିଲେ ତୋ ଦେହରୁ ପରା
ଝରି ଯାଉଥିଲା ରକ୍ତ
ଆଜି ଏତେ କଷ୍ଟ କେମିତି ସହୁଛୁ
ରହି ତୁରେ ମୈ।ନବ୍ରତ ।
କିଏ କେବେ ଯଦି ଅପମାନ କରେ
ନା ତୁ ପାରୁଥିଲୁ ସହି
ତୁ ଆଜି ନିଜେ କଳଙ୍କ ନଈରେ
ଦେଲୁରେ ମୋତେ ଡୁବାଇ ।
ଏମିତି କେମିତି ତୁ କରି ପାରିଲୁ
ମୋ ସାଥିରେ ଜଗା କେମିତି ଖେଳିଲୁ
ବୁଝି ମୁଁ ପାରୁନି କିଛି ,
ତଥାପି ତୋତେ ଖୋଜୁଛି ।

ଛାଇ ପରି ମୋର ପାଖେ ରହିଥିଲୁ
ନା ହେଉଥିଲୁ ଦୂର
କେଉଁ ଅପରାଧ କଲିରେ କାଳିଆ
କରି ଦେଲୁ ସାତପର ।
ତୋ ବିନା କେବେ ପାରିବନି ବଞ୍ଚି
ତୁ ଜାଣି ସାରିଛୁ ଏକା
କେମିତି ବିଶ୍ବାସେ ବିଷ ଭରି ଦେଲୁ
ଦେଲୁ ଏତେ ବଡ଼ ଧୋକା
ତୋର ସେ ଧୋକାରେ ମୁଁ ବଳି ପଡ଼ିଲି
ଚକ୍ରାନ୍ତ ଜାଲରେ ଛନ୍ଦି ହେଇଗଲି
ନା ମୁଁ ସହି ପାରୁଛି ।ତୋତେରେ ହାତ ଯୋଡୁଛି ।

ମୋତେ ଦୁଃଖ ଦେଇ ତୁରେ କାଳିଆ
ଖୁସିରେ ତ ରହୁ ଯଦି
ଦୁନିଆର ଯାକର ଯେତେ ଦୁଃଖ ଅଛି
ଦେ ମୋ ମଥାରେ ଲଦି ।
ତଥାପି ତୋ ଠାରୁ ଦୂରେଇ ଯିବାର
ପ୍ରଶ୍ନ ଜମା ଉଠୁ ନାହିଁ
ଘୃଣା କର ଅବା ଭୁଲି ଯା ମୋତେ
ଫରକ ପଡିବ ନାହିଁ ।
ପାଉଛି ମୁଁ ଭଲ ତୋତେ ପାଉଥିଵି
ବଞ୍ଚିଥିବା ଯାଏ ଝୁରି ଖୋଜୁଥିବି
ନା ମୁଁ କେବେ ଛାଡୁଛି ,
କୁଆଡେ ଯିବୁ ଦେଖୁଛି ।

new life
You might also like
error: Content is protected !!