News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାର ୩ ପର୍ଯ୍ୟଟନ ସ୍ଥଳୀକୁ ପ୍ଲାଷ୍ଟିକ ଫ୍ରି ପିକନିକ୍ ସ୍ପଟ ଘୋଷଣା

ଓଡ଼ିଶାର ପ୍ରାୟ ୭୫ ଟି ପର୍ଯ୍ୟଟନସ୍ଥଳୀ ପ୍ଲାଷ୍ଟିକ ଫ୍ରି ପିକନିକ ସ୍ପଟ ଭାବେ ଘୋଷଣା କରାଯାଇଛି, ତେବେ ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ୭୫ ଟି ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୩ଟି ପର୍ଯ୍ୟଟନ ସ୍ଥଳୀ ସ୍ଥାନ ପାଇଛି ।

ଢେଙ୍କାନାଳ ଜିଲ୍ଲାର ଦଣ୍ଡାଧର, ସାପୁଆ ଏବଂ ସପ୍ତଶଯ୍ୟା ବଣଭୋଜି ଆଦି ଅଞ୍ଚଳକୁ ପ୍ଲାଷ୍ଟିକ ଫ୍ରି ପିକନିକ ସ୍ପଟ ଭାବେ ଘୋଷଣା କରାଯାଇଛି। ସ୍ଥାନୀୟ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ ପଞ୍ଚାୟତ ପକ୍ଷରୁ ଏହାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ରହିଛି । ପ୍ରାକୃତିକ ପରିବେଶର ସୁରକ୍ଷା ନିମନ୍ତେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର କରିବାକୁ ନିଷେଦ ଜାରି କରାଯାଇଛି । ସେହିପରି ପରିବେଶର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଅନ୍ୟପଟେ ପ୍ରତିଟି ବର୍ଷ ଜିଲ୍ଲା ସ୍ଥରରେ ଏଭଳି ନିର୍ଦେଶନାମା ଆସିଥାଏ ତେବେ ଚଳିତ ବର୍ଷ ଏହା କିଭଳି କାର୍ଯ୍ୟକାରୀ ହେବ ତାହା ଦେଖିବା ବାକିରହିଲା।

new life
You might also like
error: Content is protected !!