News
WhatsApp Image 2023-10-04 at 17.25.00
samparksetu

ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ : ଆଜି ଢେଙ୍କାନାଳ ସହରରେ ଥିବା ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ

ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପୋଷ୍ଟର ଲାଗିବାକୁ ନେଇ ଥମୁନି ବିବାଦ । ଗତକାଲି ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ବିବାଦ ଦେଖାଦେବା ପରେ ଆଜି ଢେଙ୍କାନାଳ ସହର ସ୍ଥିତ ଏକ ଟିକା କେନ୍ଦ୍ରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୌକ ନିକଟରେ ଥିବା ସୌଦାମିନୀ ସ୍ମୃତି ନୋଡାଲ ବିଦ୍ୟାପୀଠ ରେ ହୋଇଥିବା ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଛନ୍ତି ବିଜେପି କର୍ମୀ । ଟିକାକରଣକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଟିକା ଯୋଗାଇ ଦେଉଥିବାବେଳେ କେବଳ ନବୀନଙ୍କ ପୋଷ୍ଟର କାହିଁକି ଲଗାଯାଇଛି ବୋଲି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଏଥିସହ ୨୪ଘଂଟା ଭିତରେ ଯେଉଁଠି ନବୀନଙ୍କ ପୋଷ୍ଟର ଲାଗିଛି ସେଠାରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଛନ୍ତି ।

ଅନ୍ୟପଟେ ଟିକାକେନ୍ଦ୍ର ରେ କେବଳ ନବୀନ ଙ୍କ ଫଟୋ ଲାଗିବା ନେଇ ଜିଲ୍ଲାପାଳଙ୍କୁ ଢେଙ୍କାନାଳ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

new life
You might also like
error: Content is protected !!