News
WhatsApp Image 2023-10-04 at 17.25.00
samparksetu

ପ୍ରଥମ ଛେଦ

ଏମିତିକା ଦିନ ଘାଣ୍ଟେ ଏ ଜୀବନ
ପୂର୍ଣ୍ଣଛେଦ ଟିଏ ପାଇଁ
ରାହା ଟିଏ ଖୋଜେ ଥମିଯିବାକୁ ଯେ
ଦ୍ଵିତୀୟଚ୍ଛେଦ ବି ନାହିଁ ।

ଜୀବନ ଘଣ୍ଟା ରେ ସମୟ ଗଡ଼େନି
ଘଣ୍ଟା କଣ୍ଟା ବାନ୍ଧି ରଖେ
ମିନିଟ୍ କଣ୍ଟାକୁ ଠେଲି ଗଲାବେଳେ
ସେକେଣ୍ଡ କଣ୍ଟା ରେ ଲାଖେ ।

ପାଣିର ସୁଅରେ ଭାସି ଆସିଗଲ
ଦୂର୍ମଦ ସ୍ରୋତ ଟେ ପରି
ସ୍ରୋତର ଗତିରେ ଖଦଡ଼ା ପଥର
ଥାଇ ହୋଇଗଲି ଘୋରି ।

ଅନ୍ତର୍ଦ୍ଧାହ ପରେ ଅସ୍ତିତ୍ୱ ଜଳଇ
ପରିସ୍ଥିତି ଛାଡ଼େ ରଡ଼ି
ରାତି ଜଳିଗଲେ ସ୍ୱପ୍ନ ଲିଭି ଯାଏ
ଧରି ମୁଁ ବସିଛି ଅଡ଼ି ।

ଜୀବନ ଗଣିତ ମାପ, ପରିମିତି
ଠିକ୍ ହେଲେ ହିଁ ବାଧେ
ଭାଷା ଦେଇ ତାକୁ ଲେଖି ଦଉଥିଲେ
ସରିବ ପ୍ରଥମ ଛେଦେ ।

new life
You might also like
error: Content is protected !!