News
WhatsApp Image 2023-10-04 at 17.25.00
samparksetu

ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ସରକାର । ହାଇ ଆଲର୍ଟରେ ଉପକୂଳବର୍ତ୍ତୀ ଜିଲ୍ଲା, ବାତ୍ୟା ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ଅନ୍ୟପଟେ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ସାମ୍ଭାବ୍ଯ ସାମୁଦ୍ରିକ ବାତ୍ଯାର ଉଚିତ ମୁକାବିଲା ନିମେନ୍ତ ଜିଲ୍ଲାର ବନଖଣ୍ଡ ଅଧିକାରୀ ସମସ୍ତ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାର, ଡିପିଓ, ଅଗ୍ନିସମ ଅଧିକାରୀ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ,ପାନୀୟଜଳ ଯୋଗାଣ ଯନ୍ତ୍ରୀ ସମସ୍ତ ନିର୍ବାହୀ ଅଧିକାରୀଙ୍କ ସହିତ ଭର୍ଚୁଆଲ ମୋଡରେ ଆଲୋଚନା କରିଛନ୍ତି ।

ଜିଲ୍ଲାର ସମସ୍ତ ବିଡିଓ ସାମ୍ଭାବ୍ଯ ସାମୁଦ୍ରିକ ବାତ୍ଯାର ଉଚିତ ମୁକାବିଲା ନିମେନ୍ତ ବୈଠକ ଡାକି ଆନୁଷଙ୍ଗିକ ବ୍ଯବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାଳ ନର୍ଦ୍ଦମା ଗୁଡିକୁ ସଫା କରିବାକୁ ଜଳମଗ୍ନ ହେଉଥିବା ଖାଲୁଆ ଅଞ୍ଚଳର ଚିହ୍ନଟ କରି ଗର୍ଭବତୀ ମହିଳା ଶିଶୁ ବୃଦ୍ଧ ବୃଦ୍ଧା ରୋଗୀ ମାନଙ୍କୁ ଆବଶ୍ୟକ ବହୁମୁଖୀ ଆଶ୍ରୟ ସ୍ଥଳୀ ଟିଏମସି ସ୍କୁଲ ଆଦି ବିଭିନ୍ନ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତରିତ କରିବା ସହିତ ଶୁଖିଲା ଖାଦ୍ଯ, ଔଷଧ, ବିଦ୍ୟୁତ ଯୋଗାଣ ପାଇଁ ଜେନେସେଟ ଏବଂ ଅତ୍ଯାବଶ୍ଯକ ସାମଗ୍ରି ମହଜୁଦ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସହରାଞ୍ଚଳ ଅସୁରକ୍ଷିତ କଚାଘର ରହୁଥିବା ଲୋକ ନିରାଶ୍ରୟ, ବିକଳାଙ୍ଗ ଓ ବାସହୀନ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳୀ ଗୁଡିକରେ ରଖିବାର ବିହିତ ବ୍ଯବସ୍ଥା କରିବାକୁ ମଧ୍ଯ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

new life
You might also like
error: Content is protected !!