News
WhatsApp Image 2023-10-04 at 17.25.00
samparksetu

ମନ୍ଦିରରେ ଶୋଇଥିବା ସମୟରେ ଯୁବକଙ୍କୁ ହତ୍ୟା

ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ପୁରୁଣା ଅମାଙ୍ଗ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଶିବ ମନ୍ଦିରରେ ଶୋଇଥିବା ଅବସ୍ଥାରେ ତାଙ୍କୁ କହି ଦୁର୍ବୃତ୍ତ ହାଣି ପକାଇଥିବା ସୂଚନା । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଉକ୍ତ ଗାଁର ରଞ୍ଜନ ପାଗଡ଼ ବୋଲି ଜଣାପଡିଛି ।

ହତ୍ୟାକାଣ୍ଡର ସଠିକ କାରଣ କଣ ଜଣାନପଡିଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅନୁମାଣ କରାଯାଉଛି ।ରଂଜନଙ୍କ ଛାତି ଓ ବେକରେ ଧାରୁଆ ଅସ୍ତ୍ରରେ ହଣା କ୍ଷତ ଥିବା ଦେଖାଯାଇଛି ।ନିହଲ ପ୍ରସାଦ ଥାନା ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

new life
You might also like
error: Content is protected !!