News
WhatsApp Image 2023-10-04 at 17.25.00
samparksetu

ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ, ପିଛୁଳି ନାଳ ଉପରେ ପୋଲ ପାଇଁ ନିର୍ଦ୍ଦେଶ

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ଦୁର୍ଗମ ପାହାଡ଼ ପର୍ବତ ଘେରା ଜଙ୍ଗଲ ପୁଟିପାଳ ଗ୍ରାମକୁ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରିଦର୍ଶନ କରିଥିଲେ।

ଏହି ପୁଟିପାଳ ଗ୍ରାମ ରେ ଜୁଆଙ୍ଗ ସମ୍ପ୍ରଦାୟର ଆଦିମ ଅଧିବାସୀ ଲୋକ ବାସ କରନ୍ତି। ଉକ୍ତ ଅଞ୍ଚଳ ର ବିକାଶ , ଲୋକମାନେ ସରକାରୀ ସୁବିଧା ରୁ ବଞ୍ଚିତ ନହେବେ , ଜିଲ୍ଲା ର ସମସ୍ତ ସରକାରୀ ଅଧିକାରୀ ମାନେ ଲୋକ ଙ୍କ ସମସ୍ୟା ବୁଝିବା ସହିତ ସରକାରୀ ଯୋଜନା କୁ କିପରି ସତ୍ ଉପଯୋଗୀ କରି ସଫଳ ହୋଇ ପାରିବେ ତାହାରି ଉପରେ ଜିଲ୍ଲାପାଳ ପରାମର୍ଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଡି ଏଫ୍ ଓ,ଜିଲ୍ଲା ଶିକ୍ଷାଅଧିକାରୀ , ପାନୀୟ ଜଳ ଯୋଗାଣ ବିଭାଗ, ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ, ,ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ବିକାଶ ଅଧିକାରୀ,ଜିଲ୍ଲା ସୂଚନା ଅଧିକାରୀ, କାମାକ୍ଷାନଗର ଉପଜିଲ୍ଲାପାଳ,କଙ୍କଡ଼ାହାଡ଼ ବିଡିଓ, ତହସିଲଦାର, ବ୍ଲକ୍ ଅଧ୍ୟକ୍ଷା ଚାରୁଲତା ମିଶ୍ର, କାନ୍ତୋଲ ପଞ୍ଚାୟତର ସମିତି ସଭ୍ୟ କାର୍ତ୍ତିକ ସାହୁ,ସରପଞ୍ଚ କାମିନୀ ଦେହୁରୀ, ପିଇଓ ବିଜୟ କୁମାର ପଣ୍ଡା, ,କଙ୍କଡ଼ାହାଡ଼ ବ୍ଲକ ର ସମସ୍ତ ସରକାରୀ କର୍ମଚାରୀ ଯୋଗ ଦେଇଥିବା ବେଳେ , ଜିଲ୍ଲା ପାଳ ସମସ୍ତ କାର୍ଯ୍ୟ କୁ ତଦାରଖ କରି ଜୁଆଙ୍ଗ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଏକ ବିଦ୍ୟାଳୟ ସ୍ଥାପିତ କରିବା ପାଇଁ କଙ୍କଡ଼ାହାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତତ୍ ସହିତ ପୁଟିପାଳ ଗ୍ରାମରେ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ପୁଟିପାଳ ଗ୍ରାମ ରାସ୍ତାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ୨ଟି ପୋଲ ନିର୍ମାଣ ପାଇଁ ଯୋଜନା କରାଯାଇଛି ।

new life
You might also like
error: Content is protected !!