News
WhatsApp Image 2023-10-04 at 17.25.00
samparksetu

କାମ ଶେଷ ହେବା ପୂର୍ବରୁ ପୋଲର କାନ୍ଥ ଫାଟି ଆଁ କଲାଣି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ପଣ୍ଡୁଆ-କନ୍ତିଓକାଟେଣୀ-ତୁମୁଁସିଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ କରଣ କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବାର ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଗତବର୍ଷ ଜୁନ ମାସ ବାର ତାରିଖ ଦିନ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ କରକମଳରେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଏହି ରାସ୍ତା କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ତୁମୁଁସିଙ୍ଗା ଥାନା ଠାରୁ ଭାୟା କନ୍ତିଓକାଟେଣୀ ଦେଇ ପଣ୍ଡୁଆ ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ନେବାପରେ ଏହି କାମ ଆରମ୍ଭ ହୋଇଥିଲା।

ଏହି ରାସ୍ତାର ୭ କିମି ଠାରୁ ୮ କିମି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ରାସ୍ତାର ଜନବସତି ଅଞ୍ଚଳକୁ କଂକ୍ରିଟିକରଣ, ବାକି ଅଂଶ ପିଚୁ କରିବା ସହ ମଝିରେ ନାଳ ଉପରେ ଏକ ପୋଲ ନିର୍ମାଣ ହେବା କଥା। ଏହା ମଧ୍ୟରେ କନ୍ତିଓକାଟେଣୀର ଜନବସତି ଅଞ୍ଚଳର ରାସ୍ତା କଂକ୍ରିଟିକରଣ କରାଯାଇଛି।

କଂକ୍ରିଟ ରାସ୍ତା ଉପରିଭାଗ ଦେଖିଲେ ରାସ୍ତା ନିର୍ମାଣ ମାନ କିପରି ସାଧାରଣ ଜନତା ଜାଣି ପାରିବେ। ତେବେ ଏହି ରାସ୍ତାର ନାଳ ଉପରେ ନିର୍ମାଣାଧୀନ ପୋଲର କାନ୍ଥ ଫାଟିବା ଆରମ୍ଭ କଲାଣି। କାମ ଶେଷ ନହେବା ପୂର୍ବରୁ ପୋଲର ଅବସ୍ଥା ଏହାର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର କାନ୍ଥର ଫାଟରେ ସିମେଣ୍ଟ ମସଲା ମାରି ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଦେଖାଯାଇଛି।

ଏହି ରାସ୍ତା ଦେଇ ପର୍ଜଙ୍ଗ ଠାରୁ ତୁମୁଁସିଙ୍ଗା ପର୍ଯ୍ୟନ୍ତ ଗାଁ ର ଲୋକ ଢେଙ୍କାନାଳ, କଟକ, ଭୁବନେଶ୍ୱର ଯିବା ଆସିବା କରିଥାନ୍ତି। କହିବାକୁ ଗଲେ ଏହି ରାସ୍ତାଟି ଏ ଅଞ୍ଚଳର ଆଖି ସଦୃଶ। ବିଗତ ବର୍ଷରେ ଏହି ଏକ କିଲୋମିଟର ରାସ୍ତାର ଦୂରାବସ୍ଥା ଯୋଗୁଁ ପନ୍ଦର କିଲୋମିଟର ବୁଲି ବୁଲି ଲୋକ ଢେଙ୍କାନାଳ ଯାଆନ୍ତି। ଏ ପୋଲକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁନର୍ବାର କରାନଗଲେ ଆଗାମୀ ଦିନରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

new life
You might also like
error: Content is protected !!