ଭଉଣୀ ମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ଅଭିନନ୍ଦନ,
ଭାଇ ମାନଙ୍କୁ ମୋର ହୃଦ ସମ୍ମାନ ।
ରାକ୍ଷୀ ପୂର୍ଣ୍ଣିମା ହେଉ ଖୁସିର ଦିନ,
ରାକ୍ଷୀ ବାନ୍ଧି ଦେଇ କର ଶପଥ ମାନ ।
ପାଖ ଛାଡ଼ିବନି କେବେ ଦୁଃଖ ଦୁର୍ଦ୍ଦଶା ରେ,
ସଦା ସାଥ ଦେଉଥିବ ତାଙ୍କରି ସାଥିରେ ।
ଜୀବନେ ଆସୁ ଯେତେ ଝଡ଼ ଝଞ୍ଜା,
ହେବନାହିଁ କେବେ ନିଜେ ପଛଘୁଞ୍ଚା ।
ଭାଇ ଭଉଣୀ ସମ୍ପର୍କ ଅତୁଳ ଅତୁଟନୀୟ,
ଦେଖି ଚକିତ ହୋଇବେ ଆମ ସମ୍ପର୍କୀୟ ।
ସୁରକ୍ଷା କବଚ ଦୁହେଁ ଦୁହିଁଙ୍କ ପାଇଁ,
ଏପରି ସମ୍ପର୍କ ସାରା ଜଗତେ ନାହିଁ ।
ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ଦିନ,
ଶପଥ କର ସଭିଏଁ ଭୁଲି ମାନ ଅଭିମାନ ।
✍️ସୁବ୍ରତ ସେଠୀ