News
WhatsApp Image 2023-10-04 at 17.25.00
samparksetu

ଆଇସକ୍ରିମ କାଠିରେ ରାମ ମନ୍ଦିର ନିର୍ମାଣ କଲେ ଢେଙ୍କାନାଳର ଯୁବଶିଳ୍ପୀ ସୁବ୍ରତ ମହାରଣା

କିଛି ଭିନ୍ନ କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି ସମ୍ଭବ ।  ଏଭଳି କିଛି ନିଆରା କରି ଦେଖାଇଛନ୍ତି ଢେଙ୍କାନାଳର ଯୁବଶିଳ୍ପୀ ସୁବ୍ରତ ମହାରଣା । ଯିଏକି ଆଇସକ୍ରିମ କାଠିରେ ରାମମନ୍ଦିରର ଏକ ସୁନ୍ଦର କଳାକୃତି ର୍ନିମାଣ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା ସିମିନଇ ଗ୍ରାମର ରବି ନାରାୟଣ ମହାରଣାଙ୍କ ପୁଅ ସୁବ୍ରତ ମହାରଣା ।  ବିଭିନ୍ନ ଉତ୍ସଵ ଏବଂ ବିଭିନ୍ନ ସମୟରେ ନିଆରା କଳାକୃତି ନିର୍ମାଣ କରି ଚର୍ଚ୍ଚାର ବିଷୟ ପାଲଟନ୍ତି ସୁବ୍ରତ । ତେବେ ଚଳିତବର୍ଷ ରାମ ନବମୀ ଉପଲକ୍ଷେ ଆଇସକ୍ରିମ କାଠି ଦ୍ୱାରା ସୁବ୍ରତ ତିଆରି କରିଛନ୍ତି ରାମ ମନ୍ଦିରର ଏକ କଳାକୃତି  ।

୨୩୦୦ ଟି ଆଇସକ୍ରିମ କାଠି ବ୍ଯବହାର କରି ୧ଫୁଟ ଉଚ୍ଛତା ଏବଂ ୨ ଇଞ୍ଚ ଚଉଡା ବିଶିଷ୍ଟ ଏହି କଳାକୃତି ତିଆରି କରିଛନ୍ତି । ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଦିବସ ଉପଲକ୍ଷେ ଏଭଳି କଳାକୃତି ନିର୍ମାଣ କରି ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି  ସୁବ୍ରତ ।

new life
You might also like
error: Content is protected !!