News
WhatsApp Image 2023-10-04 at 17.25.00
samparksetu

ଯୁବକଙ୍କ ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ,ନ୍ୟାୟ ପାଇଁ ମହିଳା ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବୁଧିଆବାହାଳ ସାହିରେ ଜଣେ ଯୁବକଙ୍କ ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି । ଘଟଣାର ସମାଧାନ ପାଇଁ ଗ୍ରାମର ମହିଳାମାନେ ଜିଲ୍ଳାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଲି୍‌ଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି । ବୁଧିଆବାହାଳ ଗ୍ରାମର ମହେଶ୍ୱର ବେହେରାଙ୍କ ପୁଅ ଚିତ୍ରସେନ ବେହେରା ଆଜକୁ ୧୫ ବର୍ଷଧରି ଗ୍ରାମରେ ଆତଙ୍କ ରାଜ ଚଳାଇଛି ।

ସାହରି ମହିଳା ଏବଂ ଝିଅମାନଙ୍କୁ ଅଶ୍ଳିଳ ବ୍ୟବହାର କରିବାସହିତ ବିଭିନ୍ନ ସମୟରେ ଟାଙ୍ଗିଆ,କଟୁରୀ ଧରି ଆକ୍ରମଣ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଚମକ ଦେଉଛି । ଗ୍ରାମ ମଝିରେ ବିନା ଲାଇସେନସରେ ମଦ ବିକ୍ରୟ କରୁଥିବା ବେଳେ ଗ୍ରାମ ମୁଣ୍ଡରେ ଫାଷ୍ଟ ଫୁଡ ନାମରେ ମଦ ବିକ୍ରୟ କରୁଛି । ଏହାର ପ୍ରତିବାଦ କଲେ ସେ ଏବଂ ତାଙ୍କରପତ୍ନୀ ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବା ସହିତ ଥାନରେ ମି୍‌ଥ୍ୟା ମାମଲା ରୁଜ୍ଜୁ କରୁଥିବାର ମହିଳାମାନେ ଅଭିଯୋଗ କରିଛନ୍ତି ।

ଗ୍ରାମରେଥିବା ଏକ ପୋଖରୀରେ ମାଛ ଛାଡିବାସହିତ ସେହି ପୋଖରୀକୁ କେହି ଗାଧୋଇବାକୁ ଗଲେ ଗାଳି ଗୁଲଜ କରୁଛି । କିଛି ଦିନ ତଳେ ଛୋଟ ପିଲାମାନେ ଖେଳୁଥିବା ବେଳେସେମାନଙ୍କ ନାମରେ ମାଛ ଚୋରୀ କେସ ଥାନାରେ ଦେଇ ଧମକଚମକ ଦେଉଛି । ଏଭଳି ଘଟଣରେ ଗ୍ରାମବାସୀ ତଥା ମହିଳା ମାନେ ଅତିଷ୍ଠ ହୋଇ ସୋମବାର ଦିନ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!