News
WhatsApp Image 2023-10-04 at 17.25.00
samparksetu

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ କମ୍‌ ଓ ବ୍ୟୟ ଅଧିକ ରହିବ। ଆୟର ସିଂହଭାଗ ଅଯଥା ଖର୍ଚ୍ଚରେ ଯିବ ଓ ପରିବାରର ବ୍ୟୟ ଅହେତୁକ ଭାବରେ ବଢିଚାଲିବ। କର୍ମରେ ଆଳସ୍ୟତା ଭାବ ପ୍ରକାଶ ପାଇବ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ।

ବୃଷ: ଏକାଦଶ ଚନ୍ଦ୍ର ହେତୁ ଆୟ ଉତ୍ତମ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। ଆର୍ଥିକ ଅବସ୍ଥା ସୁଧୁରିଯିବ। କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବା ଆକସ୍ମିକ ଧନଲାଭ ହେବ। କର୍ମରେ ସଫଳତା ମିଳିବ ଓ ଦରମାରେ କିଛି ବୃଦ୍ଧି ଘଟିବ ।

ମିଥୁନ: ମନୋବଳ ଦୃଢ଼ ହେବ ଓ ଆତ୍ମବିଶ୍ୱାସ ସୁଦୃଢ଼ ହେବ। କର୍ମ ପ୍ରତି ଆଗ୍ରହ ଓ ଏକାଗ୍ରତା ଭାବ ଜାଗ୍ରତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ କର୍ମାରମ୍ଭ କରିବା ପାଇଁ ଚିନ୍ତା କରିବେ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ବୁଝାମଣା ରହିବ ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। କର୍ମରେ ସଫଳତା ଓ ପଦସ୍ଥ କର୍ମଚାରୀଙ୍କ କୃପାଲାଭ କରିବେ। ନୂତନ ଭୂମି କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି। ରାଜନୈତିକ ବ୍ୟକ୍ତି କିମ୍ବା କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ମିଳିବ ଏବଂ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ।

ସିଂହ : ଅଷ୍ଟମ ଚନ୍ଦ୍ର ହେତୁ ମନରେ ଅସ୍ଥିରତା ଓ ବିରକ୍ତିଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ବାଧାବିଘ୍ନ ଓ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ। ଧନକ୍ଷତି, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ପାଇବେ। ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ସତର୍କ ରହିବେ। ।

କନ୍ୟା: ମୂଲ୍ୟବାନ ଧାତୁ କିମ୍ବା ବସନ, ଭୂଷଣ କ୍ରୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ପଦମର୍ଯ୍ୟଦା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ। ପରିବାର ସଦସ୍ୟଙ୍କ ସହ କୌଣସି ଶୁଭକର୍ମରେ ଯୋଗଦେବେ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା : ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। ମନରେ ଉତ୍ସାହ ଓ ଉଦ୍ଦୀପନାଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ପ୍ରଶଂସା ଓ କର୍ମ କରିବାର ନୂତନ ଶୈଳୀ ଆପଣାଇବେ। ଆପଣଙ୍କ ବକ୍ତବ୍ୟରେ ଆକର୍ଷଣର ଶକ୍ତି ରହିବ। ମନ ପ୍ରଫୁଲ ରହିବ ଓ ଋଣମୁକ୍ତ ହେବାର ଚେଷ୍ଟା କରିବେ।

ବିଛା : ପ୍ରଶଂସନୀୟ କାର୍ଯ୍ୟ କରି ସମାଜରେ ପ୍ରତିଷ୍ଠିତ ହେବେ। ନୂତନ ଭାବନା ଓ କଳା ସଂସ୍କୃତିରେ ରୁଚି ରଖିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ସମସ୍ତଙ୍କର ଶ୍ରଦ୍ଧା ଲାଭ କରିବେ। ସନ୍ତାନମାନଙ୍କ କର୍ମରେ ନିଜକୁ ଗୌରବାନ୍ୱିତ ମନେ କରିବେ ଓ ପିତାମାତାଙ୍କ କୃପାଲାଭ କରିବେ ।

ଧନୁ: ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ। ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ କିନ୍ତୁ ପରିବହନରେ କ୍ଷତି ପହଞ୍ଚିବ। ସ୍ୱଜନ, ପ୍ରିୟଜନଙ୍କ ସହ ବିବାଦ, ଯାନବାହନରେ କ୍ଷତି ଓ ପରିବାରରେ ସାମାନ୍ୟ କଥାରେ ବିବାଦ ହେବ। ମୂଲ୍ୟବାନ ପଦାର୍ଥ ହଜିଯାଇପାରେ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି। ଯେଉଁମାନଙ୍କର ପୂର୍ବଷାଢ଼ା ଧନୁ, ସେମାନଙ୍କର ବିଶେଷ କ୍ଷତି ହେବ ।

ମକର: ଘାତବାର ଓ ତୃତୀୟ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଅହେତୁକ ବିଳମ୍ବ ଓ ମନରେ ଦୁଶ୍ଚିନ୍ତା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ଆଳସ୍ୟତା ଓ ଅନାଗ୍ରହ ଭାବ ଜାଗ୍ରତ ହେବ ଏବଂ ପରିଶ୍ରମ ତୁଳନାରେ ଫଳ କମ୍‌ ରହିବ।

କୁମ୍ଭ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି। ପରିବାରର ଆର୍ଥିକ ସମସ୍ୟା ଦୂର ହେବ। ପୁରାତନ ବିବାଦ ଓ ଜମିଜମା ବିବାଦର ଆପୋସ ସମାଧାନ ହେବ ।

ମୀନ: ମାନସିକ, ପାରିବାରିକ ଶାନ୍ତି ଓ ଦେହ ମନ ସୁସ୍ଥ ରହିବ। ପରିବାର ସଦସ୍ୟଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ କର୍ମରେ ସଫଳତା ଏବଂ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

new life
You might also like
error: Content is protected !!