News
WhatsApp Image 2023-10-04 at 17.25.00
samparksetu

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ:

ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରନ୍ତି କିମ୍ବା ସେଥିପାଇଁ ଚିନ୍ତା କରିପାରନ୍ତି । କର୍ମରେ ଅଧିକ ସଫଳତା ମିଳିବ ଓ ଦରମାରେ କିଛି ବୃଦ୍ଧି ଘଟିପାରେ ।

ବୃଷ:

ଘାତବାର ଓ ଦଶମ ଚନ୍ଦ୍ର ହେତୁ କର୍ମରେ କିଛି ବିଘ୍ନ ଘଟିପାରେ ଓ ମନରେ ଅସ୍ଥିରତା ପ୍ରକାଶ ପାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ପରିଶ୍ରମ ତୁଳନାରେ କର୍ମରେ ବିଶେଷ ଫଳ ମିଳିବ ନାହିଁ । ମନୋବଳ ଦୃଢ଼ ହେବ ଓ ଆତ୍ମବଳ ବୃଦ୍ଧି ପାଇବ । ନୂତନ କର୍ମାରମ୍ଭର ଯୋଜନା କରିବେ ଓ ପରିବାରରେ ସୁଖ, ଶାନ୍ତି ଅତୁଟ ରହିବ ।

ମିଥୁନ:

ଘାତଚନ୍ଦ୍ର ହେତୁ ମାନସମ୍ମାନ ହାନି ଓ ନିଜର ଅତି ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ । କର୍ମରେ ବିଫଳତା ଓ ମାନସମ୍ମାନ ହାନି ଏବଂ ପଦସ୍ଥ କର୍ମ•ରୀଙ୍କ ରୋଷର ଶିକାର ହେବେ । ଗୁରୁଜନଙ୍କ ସହ ବିବାଦ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସତର୍କ ହେବେ ।

କର୍କଟ:

ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଧନ କ୍ଷତି, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମରେ ବିଫଳତା, ବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ । ଯେଉଁମାନଙ୍କର ଅଶ୍ଳେଷା କର୍କଟ ସେମାନେ ସତର୍କ ରହିବେ ।

ସିଂହ :

ଘାତବାର ଓ ସପ୍ତମ ଚନ୍ଦ୍ର ହେତୁ କର୍ମରେ ଅନାଗ୍ରହ ଭାବ ଓ ଆଳସ୍ୟତା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ମୂଲ୍ୟବାନ ଧାତୁ କିମ୍ବା ବସନଭୂଷଣ କ୍ରୟ କରିପାରନ୍ତି । ପରିବାରର ସୁଖ, ଶାନ୍ତି ଅତୁଟ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା:

ଘାତବାର ଓ ଷଷ୍ଠ ଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍‌ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ସମ୍ମୋହନ କରିବାର ଶକ୍ତି ଜାଗ୍ରତ ହେବ । ରୋଗ, ଋଣ, ଶତ୍ରୁ- ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ପାଇବେ ।

ତୁଳା :

ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ । ପରିବାରରେ ହସଖୁସିର ପରିବେଶ ରହିବ ଓ ପିତାମାତାଙ୍କ କୃପାଲାଭ କରିବେ ।

ବିଛା :

ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ପରିବହନ ବ୍ୟବସାୟ ଆଜି ବିପଜ୍ଜନକ ହେବ । କର୍ମରେ ବିବାଦ ଓ ବିଘ୍ନ ସୃଷ୍ଟି ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ବିବାଦ ଓ ଯାନବାହନରେ କ୍ଷତି ପହଞ୍ଚିବ । ମନରେ ଅସ୍ଥିରତା ଭାବ ଓ ପରିବାରରେ ବିବାଦ ଦେଖାଦେବ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ସତର୍କତା ଅବଲମ୍ବନ କରିବେ ।

ଧନୁ:

ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳତା ହାସଲ କରିବେ । ଭାଇ ଓ ଭଉଣୀଙ୍କ ପ୍ରତି ସମବେଦନା ଓ ସ୍ନେହ ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ ।

ମକର:

ଆକସ୍ମିକ ଧନଲାଭ କିମ୍ବା ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ଆର୍ଥିକ ଅବସ୍ଥା ମଜଭୁତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ ।

କୁମ୍ଭ:

ମନ ପ୍ରଫୁଲ୍ଲ ରହିବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ ଓ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସୁଖାଦ୍ୟ, ସୁଭୋଜନ ପ୍ରାପ୍ତି ଓ ପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ ।

ମୀନ:

ଘାତଚନ୍ଦ୍ର ହେତୁ ଖର୍ଚ୍ଚ କମାଇବେ ଓ ପଇସାପତ୍ର କାରବାର କଲାବେଳେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମରେ ଅନାଗ୍ରହ ଭାବ ଓ ଆଳସ୍ୟତା ଜାତ ହେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ ଓ ପରିବାରର ବ୍ୟୟଭାରରେ ଅତିଷ୍ଠ ହୋଇ ଋଣ କରିବେ ।

new life
You might also like
error: Content is protected !!