News
WhatsApp Image 2023-10-04 at 17.25.00
samparksetu

ବସ-ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକ ମୃତ !

ଢ଼େଙ୍କାନାଳ ଜିଲ୍ଲା ପୁରୁଣା କଟକ ସମ୍ବଲପୁର ରାସ୍ତାର ସୁକିଆବାଉତୀ ନିକଟରେ ଦୁର୍ଘଟଣା । ବସ-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚଳକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ , ଆଜି ଭୋରୁ ଦୁର୍ଗା ମାଧବ ବସ୍ ସାତମାଇଲ୍ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି ।

ମୃତ ବାଇକ୍ ଆରୋହୀ ଜଣଙ୍କ ତେଲିଭୂଇଁ ଛକର ଦୋକାନୀ ଦେବରାଜ ସାହୁ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ଥିବା ବେଳେ , ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।।

new life
You might also like
error: Content is protected !!