News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଉପଖଣ୍ଡରେ ଥମୁନି ହାତୀ ଆକ୍ରମଣ , ଦନ୍ତା ଆକ୍ରମଣରେ ଜଣେ ଗୁରୁତର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ବଣୁଆ ହାତୀ ଆତଙ୍କ ଦ୍ୱାରା ଏବେ ଗାଁ ଗାଁ ରେ ସଂଧ୍ୟା ହେଲେ ତାଟିକାବାଟ ପଡିଯାଉଥିବା ଦେଖିବାକୁ ମିଳିଛିl ରସୋଳ କାଳିଆ ପଥର ଗ୍ରାମରେ ଗତକାଲି ସଂଧ୍ୟା ସମୟରେ ଗ୍ରାମ ନିକଟ ରାସ୍ତାରେ ବୁଦ୍ଧିଆ ନାୟକ ନାମକ ଯୁବକ ଙ୍କୁ ହାତୀ କଚାଡି ଦେଇଥିବା ବେଳେ ପାଟି ଶୁଣି ଗ୍ରାମବାସୀ ଘଟଣା ସ୍ଥଳରେ ପହଁଞ୍ଚି ପାଟିକରିବାରୁ ହାତୀଟି ପଳାଇ ଯାଇଥିଲା ।

ଯୁବକ କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ କଟକ ଡାକ୍ତର ଖାନାକୁ ନେଇଥିବା ବେଳେ ଅଂଚଳରେ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ଗାଁ ରେ ତାଟିକବାଟ ପଡିଯାଇଥିବା ଦେଖିବାକୁ ମିଳିଛି । ଦୈନନ୍ଦିନ ବାରମ୍ବାର ହାତୀ ଆକ୍ରମଣରେ ମଣିଷ ମରିବା, ହାତୀ ଉପଦ୍ରଵ ଓ ବିଭିନ୍ନ ସମୟରେ ଜଙ୍ଗଲ ଜୀବଜନ୍ତୁ ମାରିବାକୁ ନେଇ ଢେଙ୍କାନାଳ ବନଖଣ୍ଡ ତଥା ହିନ୍ଦୋଳ ବନାଞ୍ଚଳ କର୍ମଚାରୀ ଙ୍କ ପାରିବା ପଣିଆ ଉପରେ ସର୍ବସାଧାରଣରେ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି କରୁଛି ।

new life
You might also like
error: Content is protected !!