News
WhatsApp Image 2023-10-04 at 17.25.00
samparksetu

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନାଳି ପଞ୍ଚାୟତ ଖରଚୁଲି ଠାରେ ଆଜି ପୋଲ ତଳକୁ ଏକ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ସଂପୃକ୍ତ ଟ୍ରାକଟର ଚାଳକ ମୃତ୍ୟୁ ବରଣ କରିଥିବାର ଜଣା ଯାଇଛି।

ସୂଚନା ଅନୁଯାୟୀ , ନବକିଶୋର ପୁର ଶବର ସାହି ର ପୁନିଆ ନାହାକ ଙ୍କ ପୁଅ ବିରଞ୍ଚି ନାହାକ (୪୦) ଟ୍ରାକଟର ରେ ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକଟର ଟି ପୋଲ ତଳକୁ ଖସି ପଡ଼ି ଓଲଟି ପଡ଼ିଥିଲା l ଫଳରେ ଟ୍ରାକଟର ତଳେ ଚାପି ହୋଇ ଘଟଣା ସ୍ଥଳରେ ବିରଞ୍ଚି ର ମୃତ୍ୟୁ ହୋଇଥିଲା। ଖବର ପାଇ ରାସୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!