News
WhatsApp Image 2023-10-04 at 17.25.00
samparksetu

ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଫେବୃଆରୀ ୨୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ଆରବିଏସକେ ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସରକାର ଫେବୃଆରୀ ୧୫ ତାରିଖ ସୁଦ୍ଧା କୌଣସି ନିଷ୍ପତି ଗ୍ରହଣ ନକଲେ ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବାକୁ ଲିଖିତ ଭାବରେ ଜଣାଇଛନ୍ତି ।

ରାଜ୍ୟ ତଥା ଜିଲ୍ଲାରେ ୧ହଜାର ୨୭୨ ଜଣ ଆୟୁଷ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ୧୮ ବର୍ଷ ବୟସ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା,ରୋଗ ଚିହ୍ନଟକରିବା,ଦୈବୀ ଦୁର୍ବିପାକ,ମହାମାରୀ ଏବଂ ଜରୁରୀ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେଇ ଆସୁଛନ୍ତି । ଦୀର୍ଘ ୯ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବେଳେ ସରକାର ଗତ ଅକ୍ଟୋବର ମାସରେ ରାଜ୍ୟରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନାହିଁ ।

ଏଦିଗରେ ବିଚାର କରି ମୁଖ୍ୟମନ୍ତ୍ରୀ ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରାଯାଇଛି ।ସରକାର ଫେବୃଆରୀ ମାସ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନକଲେ ୧୧ ତାରିଖରୁ ୧୫ ଯାଏଁ କଳାବ୍ୟାଚ ପରିଧାନ,ଫେବୃଆରୀ ୧୫ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକଲେ ୨୦ ତାରିଖରୁ ସମ୍ପୁର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଲିଖିତ ଭାବରେ ଜଣାଇଛନ୍ତି ।

ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲା ସଂଘ ତରଫୁ ରୁ ଡାକ୍ତର ବିଜୟ ସାମଲ,ଅରବିନ୍ଦ ଶତପଥୀ,ସୋନାଲୀ ବରାଳ,ସୁପ୍ରୀୟା ହୋତା,ଲଳିତ କୁମାର ମଲ୍ଲିକ,ସରୋଜ କୁମାର ଚିନାରା ,ରାଜେଶ୍ୱରୀ ନାୟକ ପ୍ରମୁଖ ଲିଖିତ ଭାବରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!