News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ; ୩ ଆହତ

ଢେଙ୍କ।ନାଳ ଜିଲ୍ଲାରେ ଆଜି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି ।

ଗଁଦିଆ ଥାନା ଢେଙ୍କାନାଳ-ଯୋରନ୍ଦା ରାସ୍ତାର ନେଉଳପୋଇ ଦଣ୍ଡାରଗଡି ଠାରେ ଆଜି ମଧ୍ୟାହ୍ନ ସମୟରେ ଗୋଟିଏ କାର୍ ଓ ଟିଭିଏସ୍ ମୋପେଡ୍ ମଧ୍ୟରେ ମୁହଁ। ମୁହିଁ ଧକ୍କ। ହୋଇଥିଲା । ଫଳରେ ଟିଭି ଏସ୍‌ ମୋପଡ଼ ଗାଡି ଚାଳକ ଗୁରୁତର ହୋଇଥିଲେ । ଖବର ପାଇ ଯୋରନ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ୧୦୮ ଯୋଗେ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି I ଆହତ ଜଣଙ୍କ ବେଲଟିକିରି ର କୃତି ଦାସ ଦଳେଇ (୩୦) ବୋଲି ସୂଚନା ।

ସୂଚନା ଅନୁଯାୟୀ , ମହିମା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୂଖ୍ୟ ପ୍ରାଧ୍ୟାପକ ଡ଼ ତନ୍ମୟ କବି ଆଜି ମଧ୍ୟାହ୍ନ ରେ ତାଙ୍କ ଅଲ୍ଟୋ କାର୍ ଯୋଗେ ଢେଙ୍କାନାଳ ଆଡ଼କୁ ଯାଉଥିବା ସମୟରେ କୃତି ତାଙ୍କ ଟିଭିଏସ୍ ମୋପେଡ୍ ଯୋଗେ ଅନ୍ୟପଟୁ ଆସୁଥିଲେ ଦଣ୍ଡାରଗଡି ଠାରେ ଉଭୟ ମୁହଁ। ମୁହିଁ ଧକ୍କା ହୋଇଥିଲେ ।ଫଳରେ ଘଟଣାସ୍ଥଳରେ ମୋପେଡ ଆରୋହୀ ଗାଡିରୁ ପଡ଼ି ଗୁରୁତର ଆହତ ହୋଇଥିଲେ । ଡ଼ ତନ୍ମୟ କବି ସୁରକ୍ଷିତ ଥିବା ବେଳେ ତାଙ୍କ କାରଟି ଭାଙ୍ଗିଯାଇଥିବାର ଦେଖିବାକୁ ମିଳିଥିଲା । ପୋଲିସ ଗାଡି ଦୁଇଟି ଜବତ କରି , ଘଟଣା ସ°ପର୍କରେ ତଦନ୍ତ ଚାଲିଥିବା ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝି କହିଛନ୍ତି ।

ଅନ୍ୟପଟେ ସଦର ଥାନା କାଇମାଟି ତାରିଣୀ ମନ୍ଦିର ସମ୍ମୁଖରେ ୨ ଟି ବାଇକ୍ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀ ଆହତ ହୋଇ ଢେଙ୍କାନାଳ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି ଆହତ ଜଣଙ୍କ ଲୁଚାପାଲି ର ଅରୁଣ ପ୍ରଧାନ (୨୭) ।

ସେହିପରି କାମାକ୍ଷାନଗର ଥାନା ଆଲୁଅଝରଣ ନିକଟରେ ଏକ ଅଟୋ ଓଲଟିବା ଫଳରେ ଅଟୋ ଚାଳକ ଆହତ ହୋଇ କାମାକ୍ଷାଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତ ଜଣଙ୍କ ଧର୍ମେନ୍ଦ୍ର ସାହୁ ।ସୂଚନା ଅନୁଯାୟୀ , ଧର୍ମେନ୍ଦ୍ର ନିଜ ଅଟୋରେ କିଛି ଯାତ୍ରୀ ଙ୍କୁ ଢେଙ୍କାନାଳ ରୁ କାମାକ୍ଷାନଗର ରେ ଛାଡି ଘରକୁ ଫେରୁଥିଲେ ତେବେ ଫେରିବା ସମୟରେ ତାଙ୍କ ଅଟୋଟି ଆଲୁଅଝରଣ ନିକଟରେ ଓଲଟି ପଡିଥିଲା ତେବେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମକ୍ଷ।ନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।

new life
You might also like
error: Content is protected !!