News
WhatsApp Image 2023-10-04 at 17.25.00
samparksetu

ଅଧାରେ ରହିଗଲା ଅଜାଘର ବୁଲା, ରାସ୍ତାରେ ଚାଲିଗଲା ଜୀବନ

ଅଧାରେ ରହିଗଲା ଅଜାଘର ବୁଲା, ରାସ୍ତାରେ ଚାଲିଗଲା ଜୀବନ ।
ଦଶମ ପରୀକ୍ଷା ସାରିଯାଇଥିବାରୁ ଅଜା ଘର ବୁଲି ଯାଉଥିଲା । କାହିଁ କେତେଯେ ମଉଜ ରେ ଛୁଟି କଟିଥାନ୍ତା ହେଲେ ଆଖି ପିଛୁଳାକେ ସବୁ ଧୂଳିସାତ ହୋଇଗଲା ।

ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା । ବାଇକକୁ ପଛପଟୁ ପିଟିଲା ଟ୍ରକ, ଦୁର୍ଘଟଣାରେ ଝିଅ ମୃତ ଓ ବାପା ଗୁରୁତର । ବାଇକ ଯୋଗେ ଦୁହେଁ ପାଣିଭଣ୍ଡାର ଗ୍ରାମରୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ମୃତ ଝିଅର ନାମ ସ୍ବାତି ସୁଚରିତା ଜେନା (୧୬) ଏବଂ ବାପାଙ୍କ ନାମ ଅଭିରାମ ଜେନା ବୋଲି ଜଣାପଡିଛି ।

ସ୍ବାତି ଦଶମ ଶ୍ରେଣୀର ଛାତ୍ରୀ ଥିବା ବେଳେ ପରୀକ୍ଷା ସରିଯାଇଥିବାରୁ ବାପାଙ୍କ ସହିତ ଅଜା ଘରକୁ ଯାଉଥିଲେ ।ଘଟଣାସ୍ଥଳରେ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ନିଜ ଭ୍ୟାନ ସହାୟତାରେ ବାପଝିଅଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ମେଡିକାଲରେ ଝିଅର ମୃତ୍ୟୁ ଘଟିଥିଲା।

new life
You might also like
error: Content is protected !!