News
WhatsApp Image 2023-10-04 at 17.25.00
samparksetu

ରାସ୍ତା ନଥିବାରୁ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ପ୍ରସୂତି

ପ୍ରସବ ବେଦନାରେ ଛଟପଟ ପ୍ରସୂତି, ହେଲେ ପାଖକୁ ଆସି ପାରୁନାହିଁ ଆମ୍ବଲାନ୍ସ ପ୍ରସୂତି ଏବଂ ଆମ୍ବୁଲାନ୍ସ ମଝିରେ ଲକ୍ଷ୍ମଣ ରେଖା ଟାଣିଛି ନଈ । ସେସରେ ଗ୍ରାମବାସୀ ଙ୍କ ସହାୟତାରେ ଖଟିଆରେ ବୁହାହୋଇ ଆସିଲେ । ସ୍ବାଧୀନତାର ଦୀର୍ଘ ବର୍ଷ ପୁରିଥିଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସଦର ମହକୁମାଠାରୁ ମାତ୍ର ୧୦ କିଲୋମିଟର ଦୂର କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳି ଗ୍ରାମରେ ।

ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଗୁଣ୍ଡିଚାନାଳି ଗ୍ରାମର କଳାମାଟି ସାହିର ଓକିଲ ହେମ୍ରମ୍‌ଙ୍କ ପତ୍ନୀ ଡୁମୁନି ହେମ୍ରମ୍‌ (୧୯)ଙ୍କର ପ୍ରସବଜନିତ ବେଦନା ହୋଇଥିଲା । ସମୟ କ୍ରମେ ଏହା ଅସହ୍ୟ ହେବାରୁ ପରିବାର ଲୋକଙ୍କ ସହ ସେଠାରେ ଉପସ୍ଥିତ ଆଶା କର୍ମୀ ବିନୋଦିନୀ ସାହୁ ଓ ଅଙ୍ଗନବାଡ଼ି କର୍ମୀ ଡୁମୁନିଙ୍କୁ କାମାକ୍ଷାନଗର ଡାକ୍ତରଖାନା ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ ।

ହେଲେ କଳାମାଟି ସାହିକୁ ସଠିକ ରାସ୍ତା ନଥିବାରୁ ସେଠାରେ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଗ୍ରାମବାସୀ ଙ୍କ ସହାୟତାରେ ଏକ ଖଟିଆରେ ଡୁମୁନିଙ୍କୁ ଗାଁରୁ ପ୍ରାୟ ୩ କିମି ବୋହି ରାମିଆଳ ନଦୀ କୂଳକୁ ନେଇ ଆସିଥିଲେ। ସମୟ ଅତିକ୍ରମ ହେବାରୁ ପ୍ରସବ ବେଦନା ବଢି ଚାଲିଥାଏ ଏପଟେ ନଦୀରେ ଅଣ୍ଟାଏ ଉଚ୍ଚର ପାଣିର ସୁଅ ଛୁଟିଥାଏ ହେଲେ ମଧ୍ୟ ଡୁମୁନିଙ୍କୁ ନଦୀ ପାରି କରିବା ଲାଗି ଗ୍ରାମବାସୀ ।

ପ୍ରସୂତୀଙ୍କ ବେଦନା ବହୁମାତ୍ରରେ ବଢିଯାଇଥିବାବେଳେ କିଛି ସମୟ ପରେପରେ ସେହି ନଦୀ କୂଳରେ ସେ ଛଟପଟ ହୋଇ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ନଦୀ ଆରପଟେ ଅପେକ୍ଷାରତ ଆମ୍ବୁଲାନ୍ସ ସହାୟତା ରେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ପରେ ଉଭୟ ମା ଓ ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

new life
You might also like
error: Content is protected !!